ବାଲିଗୁଡାରେ ଟଳିଲା ବଡ ବିପଦ, ଅଳ୍ପକେ ବର୍ତ୍ତିଲେ ଯବାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବଡ ଧରଣର ବିପଦ ଟଳିଲା ଅଳ୍ପକେ ବର୍ତ୍ତିଲେ ଯବାନ । କୋଟଗଡ଼ ଥାନା ଡ଼େଙ୍ଗାଗୁଡ଼ା ଗାଁ ନିକଟସ୍ଥ ଲାସେରୀ ସଂରକ୍ଷିତ ଜଙ୍ଗଲରୁ ୨ଟି ଟିଫିନ୍ ବୋମା ସହିତ ବହୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ । ସିଆରପିଏଫ୍ ଓ ଏସଓଜି ଜବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ଥିବା ବେଳେ ବୋମା ଠାବ ହୋଇଛି ।

ଯବାନଙ୍କୁ ଟାର୍ଗେଟ କରି ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡ ମାଇନ୍ସ ଖଞ୍ଜିଥିଲେ ମାଓବାଦୀ । ତେବେ କୋଟଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ମାଓ ଗତିବିଧି ସକ୍ରିୟ ଥିବାବେଳେ ଗୁଇନ୍ଦା ରିପୋର୍ଟ ଆଧାରରେ ଏସ୍ଓଜି, ସିଆରପିଏଫ୍ ଓ ଡିଭିଏଫ୍ ଯବାନ୍ କୋଟଗଡ଼ ଥାନା ଅଞ୍ଚଳରେ କମ୍ବିଂ ଅପରେସନ୍ ଜାରି ରଖିଛନ୍ତି । ଏହାକୁ ନେଇ ପୂର୍ବ ଯୋଜନା ମୁତାବକ ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ୍ସ ବିଛାଇଥିଲା ଲାଲବାହିନୀ ।

ଅପରେସନ୍ ବେଳେ ଜଙ୍ଗଲରେ କିଛି ବିସ୍ପୋରକ ଥିବା ସନ୍ଦେହ କରିଥିଲେ ଯବାନ । ଯବାନଙ୍କୁ ଟାର୍ଗେଟ କରି ଜଙ୍ଗଲରେ ମାଓବାଦୀ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଅନୁମାନ କରାଯାଉଛି ।