ମାଓବାଦୀ ସଙ୍ଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା

1 min read

ଓଡ଼ିଶା ବନ୍ଦ ଡାକରା ଦେଇଛି ମାଓବାଦୀ ସଙ୍ଗଠନ । ଅକ୍ଟୋବର ୨୫ରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଓଡିଶା ମାଓବାଦୀ ରାଜ୍ୟ କମିଟି ।

ଗତ ରାତିରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛକାଟି, ରାସ୍ତା ଅବରୋଧ କରିବା ସହ ପୋଷ୍ଟର ଓ ବ୍ୟାନର ଜାରି କରିଛନ୍ତି ମାଓବାଦୀ  । ରାୟପୁର ଓ ଗୋପାଳପୁର ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି  ।

ଖାଲି ସେତିକି ନୁହେଁ ସେହି ଗଛରେ ଡିଟୋନେଟର ଲଗାଯାଇଥିବା ଯଣାପଡିଛି । ଫଳରେ ରାୟଗଡା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ଆଦି ଜିଲ୍ଲାକୁ ଯାତାୟତ ଠପ୍ ହୋଇଯାଇଛି  ।

ଆଦିବାସୀ ଯୁବକ ଓ ଯୁବତୀ ମାନଙ୍କୁ ପୋଲିସ ଇନଫର୍ମର ଓ ମିଥ୍ୟା ମାଓବାଦୀ ମାମଲା ବନ୍ଦ କରିବା ଦାବିରେ ଏହି ବନ୍ଦ ଡ଼ାକରା ଦେଇଛି ମାଓବାଦୀ ସଙ୍ଗଠନ । ଏନେଇ ମାଓବାଦୀ ପ୍ରବଣ ଅଞ୍ଚଳରେ ପୋଲିସ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି ।

  ')}

Leave a Reply