‘ଦ କାଶ୍ମୀର ଫାଇଲ୍ସ’ରେ ବହୁତ ମିଛ ପରିବେଷଣ କରାଯାଇଛି: ଓମର ଅବଦୁଲ୍ଲା
1 min readକୁଲଗ୍ରାମ: ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମରେ ବହୁତ ମିଛ ତଥ୍ୟ ପରିବେଷଣ କରାଯାଇଥିବା ଶୁକ୍ରବାର ଦିନ କହିଛନ୍ତି ନ୍ୟାସନାଲ୍ କନଫରେନ୍ସ (ଏନସି)ର କାର୍ଯ୍ୟକାରୀ ସଭାପତି ତଥା ଜମ୍ମୁ କାଶ୍ମୀରର ପୂର୍ବତନ ପ୍ରଧାନମନ୍ତ୍ରୀ ଓମାର ଅବଦୁଲ୍ଲା ।
ଫିଲ୍ମ ନିର୍ମାତାଙ୍କ ମତରେ ଚଳଚ୍ଚିତ୍ରଟି ସତ୍ୟ ଘଟଣା ଉପରେ ଆଧାରିତ । କିନ୍ତୁ ଏହି ଫିଲ୍ମରେ ବହୁ ମିଛ କଥା ଦେଖାଯାଇଛି । ଯେଉଁ ସମୟରେ କାଶ୍ମୀର ପଣ୍ଡିତ ଘାଟି ଛାଡିଥିଲେ, ସେ ସମୟରେ ଜମ୍ମୁ କାଶ୍ମୀରରେ ଫାରୁକ୍ ଅବଦୁଲ୍ଲାଙ୍କ ସରକାର ନଥିଲା। ସେତେବେଳେ ରାଜ୍ୟପାଳ ଶାସନ ଚାଲୁଥିଲା । ଆଉ ଦେଶରେ ଭିପି ସିଂହଙ୍କ ନେତୃତ୍ୱାଧିନ ବିଜେପି ସରକାର ଥିଲା ବୋଲି କହିଛନ୍ତି ଓମାର। ଅର୍ଥାତ୍ ୧୯୯୦ ମସିହାରେ ଜମ୍ମୁ କାଶ୍ମୀରରେ ନ୍ୟାସନାଲ୍ କନଫରେନ୍ସ ସରକାର ନଥିଲା । ବରଂ ସେ ସମୟରେ ରାଜ୍ୟପାଳ ଶାସନ ଚାଲୁଥିଲା ।
Many false things have been shown in 'The Kashmir Files' movie. During that time Farooq Abdullah was not J&K's CM but Governor rule was there. VP Singh's govt was there in the country which was backed by BJP: Former Jammu and Kashmir CM Omar Abdullah pic.twitter.com/DN0dMQz5L2
— ANI (@ANI) March 18, 2022
କେବଳ ଯେ କାଶ୍ମୀର ପଣ୍ଡିତ ନୁହେଁ ଯେଉଁମାନେ ପଳାୟନ କିମ୍ବା ମୃତ୍ୟୁବରଣ କରୁଥିଲେ । ସେସମୟରେ ମୁସଲିମ୍ ଓ ଶିଖ ମାନଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ସେମାନେ ମଧ୍ୟ କାଶ୍ମୀର ଛାଡିଥିଲେ, ଆଉ ଆଜି ପର୍ଯ୍ୟନ୍ତ ଫେରିନାହାଁନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏନସି ସବୁବେଳେ କାଶ୍ମୀର ପଣ୍ଡିତଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ଚେଷ୍ଟା କରିଛି ।