ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡି ଅଧିକରୁ ଅଧିକ ଶକ୍ତିଶାଳୀ ହେଉଛି। ବିଜେପି ଓ କଂଗ୍ରେସ ଛାଡ଼ି ବହୁ ନେତା ଓ କର୍ମୀ ବିଜେଡିରେ ମିଶୁଛନ୍ତି । ଆଜି ଗଜପତି ଜିଲ୍ଲା ମୋହନା ନିର୍ବାଚନମଣ୍ଡଳୀର ବହୁ ଜନପ୍ରତିନିଧି ବିଜେପି ଓ କଂଗ୍ରେସ ଛାଡ଼ି ଶଙ୍ଖ ଫୁିଙ୍କିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ରାଜୀବ ଦୋରା, ନିଖୀମା ରାଇତ, ଜୟସେନ ଦୋରା, ଜୋସେଫ ଗମାଙ୍ଗ, ଅବେନା ଗମାଙ୍ଗ, ସୁରତ ରଇତ, ରାଜେନ୍ଦ୍ର ଦଳବେହେରା, ରାଜେଶ ମଣ୍ଡଳ, ନନ୍ଦିନୀ ସାମଲ, ହରି ଚନ୍ଦ୍ର, ପ୍ରଫୁଲ୍ଲ ରଇତ, ଆୟୁଷ୍ମାନ ପାରିଛା, ମୋହନ ଗୌଡ଼ଙ୍କ ସମେତ ଅନେକ ନେତା ବିଜେଡିରେ ଯୋଗଦେଇଛନ୍ତି। ଶଙ୍ଖ ଭବନରେ ସମସ୍ତଙ୍କୁ ସ୍ବାଗତ କରାଯାଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ସାଂସଦ ସସ୍ମିତ ପାତ୍ର ଓ ଗଜପତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିକାଶ କାମ ଯୋଗୁ ବିଜେଡିରେ ମିଶିଲେ ବୋଲି ସମସ୍ତେ କହିଛନ୍ତି।

