spot_img

Latest Posts

ଦକ୍ଷିଣରୁ ପଶ୍ଚିମ ସବୁଠି ବିଜେଡିରେ ସାମିଲ ହେଉଛନ୍ତି ଏକାଧିକ ନେତା, ଶହ ଶହ କର୍ମୀ

ନନ୍ଦିଘୋଷ ବ୍ୟୁରୋ : ବିଜେଡିରେ ମିଶିଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ, ଗୁମ୍ମା ଓ କାଶୀନଗର ବ୍ଲକର ନେତା ଚନ୍ଦ୍ର ସାହୁକାର ଏବଂ ଶତାଧିକ ନେତା ତଥା କର୍ମୀ। ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ପକ୍ଷରୁ ସାଂସଦ ସସ୍ମିତ ପାତ୍ର ସ୍ୱାଗତ କରିଥିଲେ । ସମସ୍ତେ କହିଥିଲେ, ଅଞ୍ଚଳରେ ଆହୁରି ଶକ୍ତିଶାଳୀ ହେବ ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ ହେବ। ମୁଖ୍ୟମନ୍ତ୍ରୀଙ୍କ ଜନ୍ମରୁ ମୃତ୍ୟୁ ଯାଏଁ ଯୋଜନାରେ ସମସ୍ତେ ଅନୁପ୍ରାଣିତ । ନିର୍ବାଚନରେ ବଡ଼ ବ୍ୟବଧାନରେ ବିଜେଡିକୁ ଜିତାଇବାକୁ ଚେଷ୍ଟା କରିବୁ। ବିଜୁବାବୁଙ୍କର ଗଜପତି ଜିଲ୍ଲା ସହ ସଂପର୍କ ବହୁ ନିବିଡ଼ ଥିଲା। ଏବେ ନବୀନ ବାବୁଙ୍କ ସମୟରେ ଗଜପତି ଜିଲ୍ଲାର ଆହୁରି ଉନ୍ନତି ହେବ । ସେହିପରି ବିଜେଡିରେ ମିଶିଛନ୍ତି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଛାଡ଼ିଥିବା ଅନେକ ନେତା। ସେମାନେ ହେଲେ ମୁକେଶ ଜୈନ, ଅଶୋକ ମିଶ୍ର, ତପନ, ବିଜୟ, ବିବେକ ବେହେରା, ପଦ୍ମଲୋଚନ, ପ୍ରଶାନ୍ତ ମହାନ୍ତି, ନରସିଂହ ସିଂ, ବିପିନ ଠାକୁର, ଆକାଶ ମଣ୍ଡଳ, ରାଜା ନାଗ, ରାଜା ଖାନ, ମନୋଜ ନାୟକ, ପିନାକ ସାହୁ, ଦେବେନ୍ଦ୍ର ସାହୁଙ୍କ ସମେତ ଅନେକ ନେତା। ସମସ୍ତଙ୍କୁ ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଥିଲେ ସାଂସଦ ସସ୍ମିତ ପାତ୍ର। ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଉପସ୍ଥିତ ଥିଲେ। ଟିଟିଲାଗଡ଼ର ବିକାଶରେ କାମ କରିବାକୁ ସମସ୍ତେ ବିଜେଡିକୁ ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରା ଦେଖି ସମସ୍ତେ ଆସିଛନ୍ତି ଓ ବିଜେଡିକୁ ସୁଦଢ଼ କରିବା ସହ ବିକାଶ କାମକୁ ଆଗକୁ ନେବେ।

Latest Posts

Don't Miss