ରାମ ମନ୍ଦିରର ନିର୍ମାଣ ହେଲେ କରୋନା ଉଭା ହେବ ! ଜାଣନ୍ତୁ କେଉଁ ବିଜେପି ନେତାମାନେ କଣ କହିଛନ୍ତି ?

1 min read

ନୂଆଦିଲ୍ଲୀ: କରୋନା ଭାଇରସର କାୟା ଦିନକୁ ଦିନ ବିସ୍ତାର ହେବାରେ ଲାଗିଛି । କରୋନାକୁ ନେଇ ସାରା ଦେଶ ଚିନ୍ତାରେ ଥିବା ବେଳେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ମଧ୍ୟ କିଛି ତଥ୍ୟ ସାମ୍ନାକୁ ଆସିଛି । ରାମ ମନ୍ଦିର ନିର୍ମାଣ ପାଇଁ ଜମି ପୂଜା ସମସ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । କିନ୍ତୁ ଏହି ଭୂମି ପୁଜାକୁ ନେଇ କିଛି ବିଜେପି ନେତା କହିଛନ୍ତି ଯେ, ରାମ ମନ୍ଦିରର ନିର୍ମାଣ ଆରମ୍ଭ ହେଲେ କରୋନା ଭାଇରସରୁ ମୁକ୍ତି ମିଳିବା ଆରମ୍ଭ ହେବ । କିଏ ଭଗବାନ ରାମଙ୍କୁ ପୁଜିଲେ କରୋନାରୁ ମୁକ୍ତି ମିଳିବ ବୋଲି କହୁଛି ତ କିଏ ହନୁମାନ ଚାଳିଶା ପଢିଲେ କରୋନା ଦୂରେଇ ଯିବ ବୋଲି କହିଛି । ଜାଣନ୍ତୁ କେଉଁ ନେତାମାନେ କଣ କହିଛନ୍ତି ।

ଜସକୈର ମିଣା କଣ କହିଛନ୍ତି ?

କରୋନାରୁ ମୁକ୍ତି ମିଳିବା ନେଇ ରାଜସ୍ଥାନର ଦୈସାର ବିଜେପି ସାଂସଦ ଜସକୈର ମିଣାଙ୍କ ପ୍ରଥମ ବୟାନ ଆସିଛି । ଜସକୈର ମିଣାଙ୍କ କହିଛନ୍ତି ଯେ, ଆମେ ତ ଆଧ୍ୟାତ୍ମିକ ଶକ୍ତିର ପୁଜାରି ଅଟୁ । ଏବଂ ଆଧ୍ୟାତ୍ମିକ ଶକ୍ତି ହିସାବରେ ଚାଲୁ ମନ୍ଦିର ନିର୍ମାଣ ହେବା ମାତ୍ରେ ହିଁ କରୋନା ଦେଶରୁ ପଳାଇବ । ସେ ଏହା ମଧ୍ୟ କହିଛନ୍ତି ଯେ, ବର୍ଷ ବର୍ଷର ଅପେକ୍ଷାରେ ପୂର୍ଣ୍ଣଛେଦ ପଡ଼ିବଅଗଷ୍ଟ୫ରେ ଆମେ ସମସ୍ତେ ଖୁସି ମନେଇବୁ । ଘରେ ଦୀପ ଜଳିବା ସହ ମିଠା ମଧ୍ୟ ବାଣ୍ଟିବୁ ।

‘ହନୁମାନ ଚାଳିଶା’ ପାଠ କରନ୍ତୁ, କରୋନାରୁ ମୁକ୍ତି ମିଳିବ- ପ୍ରଜା ଠାକୁର

ମଧ୍ୟ ପ୍ରଦେଶର ଭୋପାଳ ସାଂସଦ ପ୍ରଜା ସିଂହ ଠାକୁର ଲୋକଙ୍କୁ କହିଛନ୍ତି ଯେ, ଦେଶରେ କରୋନା ଭାଇରସ୍ ମହାମାରୀକୁ ମାତ୍ ଦେବା ପାଇଁ ହନୁମାନ ଚାଳିଶାର ପାଠ କରନ୍ତୁ । ସେ ଲୋକଙ୍କୁ କହିଛନ୍ତି ଯେ, ସମସ୍ତ ଜୁଲାଇ ୨୫ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ସଂଧ୍ୟା ୭ଟାରେ ନିଜ ଘରେ ହନୁମାନ ଚାଳିଶା ୫ଥର ପାଠ କରନ୍ତୁ । ଏଥିରେ ଦେଶରେ କରୋନା ଭାଇରସ ସମ୍ପୂର୍ଣ୍ଣ ମରିଯିବ ।

ରାମେଶ୍ୱର ଶର୍ମା କଣ କହିଛନ୍ତି ?

୫ଦିନ ପୂର୍ବରୁ ରାମେଶ୍ୱର ଶର୍ମା କହିଥିଲେ ଯେ, କରୋନା ଭାଇରସର ଅନ୍ତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ସହ ହେବ । ସେ କହିଛନ୍ତି ଯେ, ସେହି ସମୟରେ ରାକ୍ଷସ ବଦ୍ଧ ପାଇଁ ଭଗବାନ ରାମଙ୍କର ଜନ୍ମ ହୋଇଥିଲା । ତେଣୁ ୫ତାରିଖରେ ଯେମିତି ରାମ ମନ୍ଦିର ତିଆରି ଆରମ୍ଭ ହେବ ସେମିତି ହିଁ କରୋନା ଭାଇରସର ଅନ୍ତ ହେବ ।

କିଛି ଲୋକ ଭାବୁଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ହେଲେ କରୋନା ମହାମାରୀ ପଳାଇବ: ଶରଦ ପବାର

ରାମେଶ୍ୱର ଶର୍ମାଙ୍କ ତରଫରୁ ବାୟାନ ଆସିବା ପରେ ଏନସିପିର ପ୍ରମୁଖ ଶରଦ ପବାର କିଛି ଦିନ ପୂର୍ବରୁ କହିଥିଲେ ଯେ, ଆମକୁ ନିଷ୍ପତ୍ତି ନେବାକୁ ହେବ ଯେ, କେଉଁ କାର୍ଯ୍ୟ କେତେ ଗୁରୁତ୍ୱପୂର୍ଣ୍ଣ ? ସେ କହିଥିଲେ ଯେ, କିଛି ଲୋକ ଭାବୁଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ହେଲେ କୋରନା ଦୂରେଇ ଯିବ । ସେ ଉପଦେଶ ଦେଇ କହିଛନ୍ତି ଯେ, ସରକାରଙ୍କୁ ଲକଡାଉନ କାରଣରୁ ହୋଇଥିବା କ୍ଷତି ଏବଂ କରୋନାରେ ବଢୁଥିବା ସଂକ୍ରମଣ ଉପରେ ଚିନ୍ତା କରିବା ଦରକାର ।

୫ଅଗଷ୍ଟରେ ହେବ ରାମ ମନ୍ଦିରର ଭୂମି ପୂଜା

ଆପଣଙ୍କୁ କହି ରଖୁଛୁ ଯେ, ରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପୁଜାର ତାରିଖ ଅଗଷ୍ଟ ୫ ରଖାଯାଇଛି । ଏବଂ ରାମ ମନ୍ଦିରର ଭୁମି ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ । ମୋଦିଙ୍କ ଅଯୋଧ୍ୟା କାର୍ଯ୍ୟକ୍ରମର ସବୁ ବିବରଣୀ ମଧ୍ୟ ଜାରି କରିଦିଆଯାଇଛି । ୫ ଅଗଷ୍ଟ ସକାଳ ସାଢେ ୧୧ଟାରେ ଭୂମି ପୁଜା କରାଯିବ ।

 

Leave a Reply