ଭୁଶୁଡ଼ିଛି ବିରୋଧୀ ଶିବିର, ବିଜେଡିରେ ଯୋଗଦେଲେ ବିଜେପି ଓ କଂଗ୍ରେସ ନେତା

Many BJP & Congress Leader Joins BJD

ଭୁବନେଶ୍ୱର: ସାରା ବିଶ୍ୱରେ ଏକ ନମ୍ବର ହେବ ଓଡ଼ିଶା । ଓଡ଼ିଆ ଜାତିର ସ୍ୱାଭିମାନ ରକ୍ଷା ପାଇଁ କ୍ରମାଗତ ଭାବେ ଚେଷ୍ଟା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ମହିଳା ସଶକ୍ତିକରଣ ଏକ ଆନ୍ଦୋଳନରେ ପରିଣତ ହୋଇଛି । ଏଥିପାଇଁ ଧିରେ ଧିରେ ବିଜେଡି ସହ ଯୋଡ଼ି ହେଉଛନ୍ତି ବିଭିନ୍ନ ଦଳର ନେତା । ଆଜି ମାଲକାନଗିରି ଜିଲ୍ଲାର ବହୁ ବିଜେପି ଓ କଂଗ୍ରେସ ନେତା ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

 Many BJP & Congress Leader Joins BJD

ଗତ ନିର୍ବାଚନରେ ବିଜେପିରୁ ଲକ୍ଷ୍ମୀପୁର ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା କୁମୁଦ ସାମନ୍ତା ନିଜ ସମର୍ଥକଙ୍କ ସହ ଶଙ୍ଖ ଧରିଛନ୍ତି । ସେ ପୂର୍ବରୁ ମଧ୍ୟ ବିଜେଡିରେ ଥିଲେ । ସେହିଭଳି ମାଲକାନଗିରି ଜିଲ୍ଲା ପରିଷଦ ଉପସଭାପତି ସୁଲତା ମଣ୍ଡଳ, ଲକ୍ଷ୍ମୀପୁର ବ୍ଲକ୍ ଉପାଧ୍ୟକ୍ଷ ପାରା ମୁସ୍କା, ରାଜ କୁମାର କର୍କରା ସମେତ ଶତାଧିକ କଂଗ୍ରେସ ଓ ବିଜେପି ନେତା ବିଜେଡିରେ ସାମିଲ୍ ହୋଇଛନ୍ତି । ବିଜେପିରେ ଉପଯୁକ୍ତ ସମ୍ମାନ ଓ ନ୍ୟାୟ ନମିଳିବାରୁ ଏହି ଅସନ୍ତୁଷ୍ଟ ନେତାମାନେ ବିଜେଡି ସହ ସାମିଲ ହୋଇଛନ୍ତି ।

Leave a Reply