ପାଟଣାଗଡ ବିଜେଡିରେ ଯୋଗଦେଲେ ଏକାଧିକ ବିଜେପି ଓ କଂଗ୍ରେସ କର୍ମୀ

ପାଟଣାଗଡ : ପାଟଣାଗଡ ବଢୁଛି ବିଜେଡି ବଳ। ବିଜେଡିରେ ଯୋଗଦେଲେ ୩୦ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ କର୍ମୀ। ପାଟଣାଗଡ ବିଜେଡି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି। ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ଉପସ୍ଥିତିରେ ବେଲପଡା ବ୍ଲକ ସୁଲେକେଲା ଓ ବଙ୍ଗୋମୁଣ୍ଡାବାହାଲ ଗାଁର ୩୦ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ମିଶିଛନ୍ତି। କାର୍ଯ୍ୟକ୍ରମରେ ଏନ୍ଏସି ଉପନଗରପାଳ ପ୍ରଫୁଲ୍ଲ କୁମାର ମେହେର, ପ୍ରଦୀପ ପୁରୋହିତ, ଗୁପ ମେହେର ଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।