ପ୍ୟାରିସ ଅଲିମ୍ପିକରେ ଆଉ ଏକ ପଦକ ଆଣିପାରନ୍ତି ମନୁ ଭାକର

ନନ୍ଦିଘୋଷ ବ୍ୟୁରୋ : ପ୍ୟାରିସ୍ ଅଲିମ୍ପିକରେ ଚମକୁଛନ୍ତି ଭାରତୀୟ ସୁଟର ମନୁ ଭାକର । ସେ ଦୁଇଟି ପଦକ ଭାରତକୁ ଉପହାର ଦେଇଥିବେଳେ ଏତିକି ଖୁସି ନାହାନ୍ତି । ସେ ଆଉ ଏକ ପଦକ ଜିତିପାରନ୍ତି ବୋଲି କୁହାଯାଉଛି । ପ୍ୟାରିସ ଅଲିମ୍ପିକରେ ୨ଟି ପଦକ ଜିତିଥିବାବେଳେ ୧୨୪ ବର୍ଷର ଇତିହାସକୁ ଭାଙ୍ଗିଛନ୍ତି । ୧୯୦୦ ଅଲିମ୍ପିକରେ ଭାରତ ପକ୍ଷରୁ ନରମାନ ୨ଟି ରୌପ୍ୟ ପଦକ ଜିତିଥିଲେ । ମନୁ ଏୟାର ପିସ୍ତଲ ଇଭେଣ୍ଟର ୧୦ ମିଟରେ ସିଙ୍ଗଲ ଏବଂ ଡବଲ୍ସରେ ବ୍ରୋଞ୍ଚ ପଦକ ଜିତିଛନ୍ତି । ସେପଟେ ଅଗଷ୍ଟ ୩ ତାରିଖରେ ୨୫ ମିଟର ପିସ୍ତଲ ଇଭେଣ୍ଟରେ ସେ ତୃତୀୟ ପଦକ ଜିତିପାରନ୍ତି ବୋଲି ଆଶା ରଖାଯାଇଛି । ଯଦି ସେ ଏହି ଇଭେଣ୍ଟରେ ପଦକ ଜିତନ୍ତି ତାହେଲେ ୩ଟି ପଦକ ଜିତି ରେକର୍ଡ କରିପାରନ୍ତି ।

କହି ରଖୁଛୁ କି, ସୁଟିଂରେ ଭାରତକୁ ଆଉ ଏକ ପଦକ । ପ୍ଯାରିସ ଅଲିମ୍ପିକ୍ସରେ ବ୍ରୋଜ ଜିତିଛି ଭାରତ। ୧୦ମିଟର ଏୟାର ପିସ୍ତଲ ମିକ୍ସ ଇଭେଣ୍ଟରେ ବ୍ରୋଞ୍ଜ ପଦକ ମିଳିଛି । ସୁଟର ମନୁ ଭାକର ଓ ସରବଜୋତ ସିଂ ଯୋଡ଼ି ଏହି ପଦକ ଜିତିଛନ୍ତି। ଏଯାଏ ସୁଟିଂରେ ଭାରତକୁ ମିଳିଲାଣି ୨ପଦକ। ଅଲିମ୍ପିକ୍ସରେ ସୁଟର ମନୁ ଭାକର ଇତିହାସ ରଚିଛନ୍ତି। ଗୋଟିଏ ଅଲିମ୍ପିକ୍ସରେ ୨ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି ମନୁ ଭାକର। ପୂର୍ବରୁ ପ୍ଯାରିସ୍ ଅଲିମ୍ପିକ୍ସ ମହିଳା ବର୍ଗ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଂଜ ଜିତିଥିଲେ ମନୁ ଭାକର।