ଦୁନିଆର ସବୁଠାରୁ ଧନି ମଣିଷ ଥିଲେ ଏହି ବ୍ୟକ୍ତି, ପରେ ପୁରା ଦେଶ ହୋଇଗଲା କାଙ୍ଗାଳ

1 min read

ନୂଆଦିଲ୍ଲୀ: ଏବେ ସିଲିକନ୍‌ ବୋଲିରେ ଚାଲିଛି ପୁରା ଦୁନିଆ। ଧନି ବ୍ୟକ୍ତି କହିଲେ ବିଶ୍ୱ ବୁଝେ ଆମାଜନ୍‌ର ଜେଫ୍ ବେଜୋସ୍ ଏବଂ ମାଇକ୍ରୋସଫ୍ଟର ବିଲ୍ ଗେଟ୍ସଙ୍କୁ । ଧନି ବ୍ୟକ୍ତିଙ୍କ ପ୍ରସଙ୍ଗରେ ଅନେକ ପ୍ରସିଦ୍ଧ ମାଗାଜିନ ତାଲିକା ବାହାର କରିଥାନ୍ତି। କିନ୍ତୁ ଯଦି ଆମେ ବହୁ ବର୍ଷ ପଛକୁ ଯିବା, ସେହି ସମୟରେ ମଧ୍ୟ ଲୋକଙ୍କ ଧନି ଜୀବନର କଥା ଚର୍ଚ୍ଚିତ ହେଉଥିଲା। ସମୃଦ୍ଧତା ବିଷୟରେ ଆଲୋଚନା ବହୁ ବର୍ଷ ପର୍ଯ୍ୟନ୍ତ ଚାଲୁଥିଲା। ଏହିପରି ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ଥିଲେ ମନସା ମୁସା। ଯଦି ଆପଣ ଇଣ୍ଟରନେଟରେ ତାଙ୍କ ନାମ ଟାଇପ୍ କରନ୍ତି, ତେବେ ଇଣ୍ଟରନେଟବି କହିବ କି ସେ ହେଉଛନ୍ତି ଇତିହାସର ସବୁଠାରୁ ଧନୀ ବକ୍ତି।

ମନସା ମୁସା ପଶ୍ଚିମ ଆଫ୍ରିକାର ଜଣେ ମହାନ ସମ୍ରାଟ। ତାଙ୍କର ଏତେ ଧନ ଥିଲା ଯେ ଆଜି ପର୍ଯ୍ୟନ୍ତ କେହି ତାଙ୍କ ସମ୍ପତ୍ତି ଆକଳନ କରିବାରେ ସକ୍ଷମ ହୋଇ ନାହାଁନ୍ତି। ତାଙ୍କର ଜନ୍ମ ୧୨୮୦ ମସିହାରେ ହୋଇଥିଲା। ମନସାଙ୍କ ବଡ ଭାଇ ମନସା ଆବୁ ବକ୍ର ୧୩୧୨ ପର୍ଯ୍ୟନ୍ତ ଶାସନ କରିଥିଲେ। ଏହା ପରେ ସେ ଏକ ଦୀର୍ଘ ଯାତ୍ରାରେ ପଳାଇଥିଲା। ଯାହାପରେ ମନସା ମୁସା ତାଙ୍କ ବଡ଼ ଭାଇଙ୍କର ରାଜଗଦି ସମ୍ଭାଳିଥିଲେ।

ମନସା ମୁସାଙ୍କ ବିଷୟରେ ଯଦି କହିବା ତେବେ ସେ ଟିମ୍ବକଟୁର ରାଜା ଥିଲେ। ସେ ସେତେବେଳେ ମାଲି ଉପରେ ଶାସନ କରୁଥିଲେ। ସେହି ସମୟରେ ମାଲିରେ ବହୁ ପରିମାଣର ସୁନା ଭଣ୍ଡାର ରହିଥିଲା। ସେତେବେଳେ ସୁନାର ଚାହିଦା ବହୁତ ଅଧିକ ଥିଲାବେଳେ ଦୁନିଆର ଅଧା ସୁନା ସେମାନଙ୍କ ପାଖରେ ରହିଥିଲା। ମନସା ମୁସାଙ୍କର ପ୍ରକୃତ ନାମ ଥିଲା ମୁସା କିଟାI ତେତେ ସେ ଯେବେ ଶାସନ ଭାର ସମ୍ଭାଳିଲେ ସେଠାରୁ ତାଙ୍କୁ ମନସା ବାଦଶାହ ଡକାଗଲା। ଏକ ରିପୋର୍ଟ ଅନୁଯାୟୀ ଆଜିର ମୋରିଟାନିଆ, ସେନେଗଲ, ଗାମ୍ବିଆ, ଗିନିଆ, ବୁର୍କିନା ଫାସୋ, ମାଲି, ଚାଡ ଏବଂ ନାଇଜେରିଆ ସମସ୍ତେ ମୁସାଙ୍କ ସାମ୍ରାଜ୍ୟର ଅଂଶ ଥିଲେ।

ମନସା ମୁସାଙ୍କ ଧନ ସମ୍ପତ୍ତିକୁ ନେଇ ଏକ ଆକଳନ କରାଯାଇଥିଲ। ଅନୁମାନ କରାଯାଏ ଯେ ମନସାଙ୍କର ୪ ଲକ୍ଷ ମିଲିୟନ୍‌ ଡ଼ଲାର ଥିଲା। ଭାରତୀୟ ମୁଦ୍ରାରେ ଏହାର ପରିମାଣ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ହେବ। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଜେଫ୍ ବେଜୋସଙ୍କର ସମ୍ପତ୍ତି ଏକ ଲକ୍ଷ ୬ ହଜାର ମିଲିୟନ ଆମେରିକୀୟ ଡଲାର ଅଟେ। ଏଥିରୁ ସ୍ପଷ୍ଟ ଯେ ଜେଫ୍‌ ଙ୍କ ଅପେକ୍ଷା ମନସା ଅଧିକ ଧନୀ ଥିଲେ।

ଏମିତି ଥିଲା ମନସାଙ୍କ ଜୀବନ ଶୈଳୀ। ଏହା ପ୍ରାୟ ୧୩୨୪ର କଥା। ମକ୍କାକୁ  ଯାତ୍ରା ଆରମ୍ଭ କଲେ ମନସା। ଯାତ୍ରା ଥିଲା ସାଢ଼େ ୬ ହଜାର କିଲୋମିଟରର। ଲୋକେ ମନସାଙ୍କୁ ପାଖରୁ ଦେଖିବାକୁ ଚାହୁଁଥିଲେ। ଏହି ଯାତ୍ରାରେ ୬୦ ହଜାର ଲୋକ ଜଡିତ ଥିଲେ।

୧୨ ହଜାର କେବଳ ସୁଲତାନର ବ୍ୟକ୍ତିଗତ ଅନୁଗାମୀ ଥିଲେ। ମନସା ଯେଉଁ ଘୋଡା ଉପରେ ଯାଉଥିଲେ ସେହି ଘୋଡ଼ାର ସାମ୍ନାରେ ୫ଶହ ଲୋକଙ୍କର ଏକ ଦଳ ଯାଉଥିଲା। ସବୁ ସମୟରେ ମନସାଙ୍କ ହାତରେ ଏକସୁଚା ଛଡ଼ ରହୁଥିଲା ଏବଂ ମନସା ବହୁତ ଦୟାଳୁ ମଧ୍ୟ ଥିଲେ।

ଏକ ରରିପୋର୍ଟ  ମୁତାବକ ମନସା ମୁସାଙ୍କ ସୁନା ହିଁ ସମଗ୍ର ମିଶରକୁ ଦାରିଦ୍ର୍ୟର ଅବସ୍ଥାକୁ ଆଣିଥିଲା। ସେ ଏତେ ସୁନା ଦାନ କରିଥିଲେ ଯେ ପରବର୍ତ୍ତି ସମୟରେ ଦେଶରେ ସୁନା ମୂଲ୍ୟ ହ୍ରାସ ପାଇଥିଲା। ହଠାତ୍ ମୁଦ୍ରାସ୍ଫୀତି ବୃଦ୍ଧି ପାଇଥିଲା। ଏହାପରେ ମାତ୍ର ୫୭ ବର୍ଷ ବୟସରେ ଦୁନିଆ ଛାଡ଼ି ଆରପାରିକୁ ଚାଲିଯାଇଥିଲେ ମନସା ମୁସା। ଦାରିଦ୍ର୍ୟର ଚିନ୍ତାରେ ବହୁତ ଦୁର୍ବଳ ହୋଇପଡ଼ିଥିଲେ ମନସା। ଯାହାପରେ ତାଙ୍କୁ ମୃତ୍ୟୁର ସାମ୍ନା କରିବାକୁ ପଡ଼ିଥିଲା। ତା’ପରେ ତାଙ୍କ ପୁଅ ସିଂହାସନ ଗ୍ରହଣ କଲେ କିନ୍ତୁ ସେ ଏହି ସାମ୍ରାଜ୍ୟ ଚଳାଇ ପାରିଲେ ନାହିଁ। ଯାହା ପରେ ମନସାଙ୍କ ପୁରା ସାମ୍ରାଜ୍ୟ ସମୟର ସହିତ ଛୋଟ ଛୋଟ ଖଣ୍ଡରେ ବିଭକ୍ତ ହୋଇଥିଲା।

Leave a Reply