କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ପାଦରେ ସେଲଫି ନେଲେ ଯୁବକ

1 min read

କେରଳ : ଅକ୍ଷମ ନୁହେଁ, ସେ ଭିନ୍ନକ୍ଷମ, ସେ ଦିବ୍ୟାଙ୍ଗ । ଏ କଥା ପ୍ରମାଣିତ କରିଛନ୍ତି କେରଳର ପ୍ରଣବ । ହାତ ନାହିଁ, ହେଲେ ମନରେ କ୍ଷୋଭ ନାହିଁ । ପାଦରେ ଯେ ସେଲ୍ଫି ନିଆଯାଇ ପାରେ ତାହା ପ୍ରମାଣିତ କରିଛନ୍ତି ଏହି ଟାଲେଣ୍ଟେଡ୍ କେରଲାଇଟ୍ । ୨୦୦୨ ମସିହାରେ ଆପଣ ହିନ୍ଦୀ ଚଳଚ୍ଚିତ୍ର ‘ଷ୍ଟାଇଲ’ ଦେଖିଥିବେ । ସେଥିରେ ହାତ ଥିବା ସତ୍ତ୍ବେ ଦୁଇ ଜଣ ହିରୋ ବ୍ୟଙ୍ଗାତ୍ମକ ଢଙ୍ଗରେ ହ୍ୟାଣ୍ଡସେକ୍ ପାଇଁ ପାଦ ବ୍ୟବହାର କରୁଥିଲେ ।

ହେଲେ ରିୟଲ ଲାଇପରେ ସୌଜନ୍ୟତାକୁ ଗୋଡ ଜରିଆରେ ଯେ ପ୍ରଦର୍ଶନ କରାଯାଇପାରେ, ତାହା ପ୍ରଣବ ଦେଖାଇଛନ୍ତି । କିଛି ଲୋକଙ୍କୁ ଏହା ରୋମାଞ୍ଚକର ଲାଗୁଥିବ, ହେଲେ ଥିରୁଅନନ୍ତପୁରମ ସଚିବାଳୟରେ ଏହା ସମସ୍ତଙ୍କୁ ଚକିତ କରିଦେଇଥିଲା । ପ୍ରଣବଙ୍କ ନିଆରା ସୌଜନ୍ୟତାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏ ତ ଥିଲା ପ୍ରଣବଙ୍କ ଶାରୀରିକ ବର୍ଣ୍ଣନା । ହେଲେ ହୃଦୟର ବର୍ଣ୍ଣନା ଯେ ଆହୁରି ମାଧୁର୍ଯ୍ୟ, ସେ କଥା ଶୁଣିଲେ ଲୁହରେ ଆଖି ଭରିଯିବ । ସକାଳେ କେରଳ ରାଜଧାନୀ ଥିରୁଅନନ୍ତପୁରମରେ ଥିବା ସଚିବାଳୟରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନଙ୍କ ସହ ପାଦରେ ସେଲ୍ପି ନେଇଥିଲେ ପ୍ରଣବ । ହେଲେ ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍ଫି ନେବା ପ୍ରଣବଙ୍କର ଉଦ୍ଦେଶ୍ୟ ନଥିଲା । କେରଳ ରିଲିଫ ଫଣ୍ଡକୁ କିଛି ସହାୟତା ରାଶି ପ୍ରଦାନ କରିବା ପାଇଁ ନିଜ କଷ୍ଟକୁ ବି ଭୁଲି ଯାଇଥିଲେ ପ୍ରଣବ। ପ୍ରାକୃତିକ ବିପର୍ଯ୍ୟୟ ସହାୟତା ଉଦ୍ଦେଶ୍ୟରେ ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ରିଲିଫ୍ ପାଣ୍ଠି ବ୍ୟବହାର ଥିଲା ପ୍ରଣବଙ୍କ ଆକାଂକ୍ଷା । କାରଣ ବିଗତ କିଛି ବର୍ଷରୁ ବନ୍ୟାର ପ୍ରକୋପରେ କାନ୍ଦୁଛନ୍ତି କେରଳ ଲୋକେ ।

ଜାଣିଛନ୍ତି ଏହି ଟଙ୍କା କେଉଁଠାରୁ ପାଇଲେ ପ୍ରଣବ ! ସେ ଏକ ରିୟଲିଟି ସୋ’ ଜିତି କିଛି ଟଙ୍କା ପାଇଥିଲେ । ଯାହା ତାଙ୍କ ଭବିଷ୍ୟତକୁ ଭଲ ଭାବେ ବିତାଇବା ପାଇଁ ସହାୟକ ହୋଇଥାନ୍ତା । ହେଲେ ସେ ଅର୍ଥକୁ କେରଳବାସୀଙ୍କ ପାଇଁ ଉତ୍ସର୍ଗ କରି ନିଜ ବିଶାଳ ହୃଦୟର ପରିଚୟ ଦେଇଛନ୍ତି ପ୍ରଣବ ।

ମୁଖ୍ୟମନ୍ତ୍ରୀଙ୍କୁ ଏହି ଅର୍ଥର୍ ରାଶି ପ୍ରଦାନ କରିବା ପରେ ଗୋଡ଼ ସାହାଯ୍ୟରେ ସେଲ୍ଫି ବି ନେଇଥିଲେ  । ଯାହାକୁ ଦେଖି ପିନାରାଇ ବହୁତ ଖୁସି ହୋଇ ତାଙ୍କ ଗୋଡକୁ ହ୍ୟାଣ୍ଡସେକର ମାଧ୍ୟମ ବାଛିଥିଲେ । ଏହି ସବୁ ଫଟୋକୁ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରି ଖୁସି ବ୍ୟକ୍ତ କରିଛନ୍ତି । ଶରୀର ହାତ ଛାଡି ଦେଲେ ବି ଦୃଢ ଇଚ୍ଛାଶକ୍ତି ଯେ ମହାମାନବର ପରିଚୟ ଦେଇଥାଏ, ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପ୍ରଣବ । ')}

Leave a Reply