‘ମୋ ସରକାର’ ଉଦ୍ୟମ ପାଇଁ 5Tକୁ ୧୦ମ ଇଲେଟ୍ସ ନଲେଜ୍ ସମିଟ୍ ସମ୍ମାନ

1 min read

ଭୁବନେଶ୍ୱର: ସରକାରକୁ ଲୋକାଭିମୁଖି କରାଇବା ପାଇଁ ଓଡ଼ିଶା ସରକାରଙ୍କ ଡିଜିଟାଲ ଉଦ୍ୟମ  ‘ମୋ ସରକାର’କୁ ଆଉ ଏକ ସମ୍ମାନ । ଇଲେଟସ ଟେକ୍ନୋମିଡିଆ ପ୍ରାଇଭେଟ୍ ଲିମିଟେଡ୍ ର ୧୦ମ ଟେକ୍ନୋ ନଲେଜ୍ ସମିଟରେ ଡିଜିଟାଲ ଗଭର୍ଣ୍ଣେସ ଅନ୍ତର୍ଗତରେ ଓଡ଼ିଶା ସରକାରଙ୍କୁ ‘ମୋ ସରକାର’ କାର୍ଯ୍ୟକ୍ରମ ପାଇଁ ଆୱାର୍ଡ ଅଫ୍ ଏକ୍ସିଲେନ୍ସ୍ ପ୍ରଦାନ କରାଯାଇଛି । ଟେକ୍ନୋଲୋଜି ଜରିଆରେ ପ୍ରଶାସନିକ ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଏହା ହେଉଛି ସ୍ୱୀକୃତି । ଏ କ୍ଷେତ୍ରରେ ନବୀନ ସରକାରଙ୍କ ବହୁ ଚର୍ଚ୍ଚିତ ୫-ଟି ପଦକ୍ଷେପ ସର୍ବଶ୍ରେଷ୍ଠ ବିବେଚିତ ହୋଇଛି । ନାଗରିକଙ୍କ ପାଇଁ ବିଭିନ୍ନ ସେବା ଉପଲବ୍ଧ ସୁଗମ ଓ ସ୍ୱଚ୍ଛ କରିବା ପାଇଁ ମୋ ସରକାର ୫-ଟି ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।

ଡିସେମ୍ବର ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ସମିଟ୍ ଆୟୋଜିତ ହେଉଛି । କରୋନା କାରଣରୁ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେଉଥିବା ବୈଠକରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଯୋଗ ଦେଇଛନ୍ତି । ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗର ସଚିବ ମନୋଜ କୁମାର ମିଶ୍ରଙ୍କୁ ଏନେଇ ମାନପତ୍ର ପ୍ରଦାନ କରାଯାଇଛି ।

ଡିଜିଟାଲ ଗଭର୍ଣ୍ଣେସ,ସ୍ମାର୍ଟ ସିଟି,ଏଗ୍ରୀ ଟ୍ରାନସଫର୍ମେସନ ଓ ରାଷ୍ଟ୍ରାୟତ ଉଦ୍ୟୋଗକୁ ନେଇ ସମ୍ମିଳନୀରେ ବିଚାର ଆଦାନ ପ୍ରଦାନ ହେବ ।

 

Leave a Reply