ପଦାକୁ ଆସୁଛି ଫେକ୍ ସାର୍ଟିଫିକେଟ କାରବାରର ସତ ; ଛତ୍ରଛାୟାରେ ବଢୁଥିଲା ମାଷ୍ଟରମାଇଣ୍ଡ

ବଲାଙ୍ଗୀର : ପଦାକୁ ଆସୁଛି ବଲାଙ୍ଗିର ଫେକ୍ ସାର୍ଟିଫିକେଟ କାରବାରର ସତ । କଂଗ୍ରେସ ଓ ବିଜେପିର ଛତ୍ରଛାୟାରେ ବଢୁଥିଲା ଫେକ ସାର୍ଟିଫିକେଟ କାରବାରର ମାଷ୍ଟରମାଇଣ୍ଡ ମନୋଜ ମିଶ୍ର । ମନୋଜ ସହିତ କଂଗ୍ରେସ ଆଉ ବିଜେପିର ହେଭିଓ୍ବେଟ ନେତାଙ୍କ ନିବିଡତାର ଚିତ୍ର ଏପରି ଦିଗକୁ ଇଙ୍ଗିତ କରୁଛି । ଖୋଦ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ସହିତ ଅତି ଘନିଷ୍ଠ ଥିଲା ମନୋଜ । ଅନେକ କାର୍ଯ୍ୟକ୍ରମରେ ଏମାନଙ୍କୁ ଏକାଠି ଦେଖିବାକୁ ମିଳୁଥିଲା ।

କେବଳ ଏଇ ଦୁଇଜଣ ନେତା ନୁହନ୍ତି ବିଜେପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାର ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ସହିତ ବି ସମ୍ପର୍କରେ ଥିଲା ମନୋଜ ।  ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଉଭୟ ଦଳର ନେତାଙ୍କ ସହ ମିଳାମିଶାରେ ମନୋଜ ହୋଇଥିଲା ବଳିଆନ । ନିଜକୁ ପ୍ରଭାବଶାଳୀ ବ୍ୟକ୍ତି ଦର୍ଶାଇ ଚଳାଇଥିଲା ନକଲି ସାର୍ଟିଫିକେଟ କାରବାର ।

୨୦୦୮ ମସିହାରୁ ମନୋଜ ନକଲି ସାର୍ଟିଫିକେଟ ରାକେଟ ଆରମ୍ଭ କରିଥିଲା । ଆଉ ଏଥିପାଇଁ ବିଜେପି ଏବଂ କଂଗ୍ରେସ ନେତାଙ୍କ ସହ ଘନିଷ୍ଠତା ତାକୁ ବଳ ଦେଇଥିଲା । ସେବେଠୁ ଏହି ନେତାମାନଙ୍କ ସମ୍ପର୍କରେ ରହି ବର୍ଷ ବର୍ଷ ଧରି ଲୋକଙ୍କୁ କୋଟି କୋଟି ଟଙ୍କାର ଚୂନ ମାରିବା ସହ ଜିଲ୍ଲାରୁ ଜିଲ୍ଲାକୁ ନିଜର ଚେର ଲମ୍ବାଉଥିଲା । ହେଲେ ଗ୍ରାମୀଣ ଡାକ ସେବା ପଦବୀ ପାଇଁ ସାର୍ଟିଫିକେଟ ଯାଞ୍ଚ ବେଳେ ମନୋଜର ସବୁ ଯୋଜନା ଫସର ଫାଟିଯାଇଥିଲା। ମୁଖ୍ୟ ଅଭିଯୁକ୍ତ ମନୋଜ ସହିତ ୧୯ଜଣକୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି । ଏବେ ବଲାଙ୍ଗୀର ପୋଲିସ ସ୍କାନରରେ ମିଡିଲମ୍ୟାନ ।