spot_img

Latest Posts

ଥାନାରେ ମାମଲା ରୁଜୁ ପରେ ପ୍ରେସମିଟ୍‌ କରି ବର୍ଷିଲେ ଅଭିନେତା ମନୋଜ ମିଶ୍ର

ଭୁବନେଶ୍ବର: ପ୍ରେସମିଟ୍‌ କରି ଓଲିଉଡ ଇଣ୍ଡଷ୍ଟ୍ରି ଉପରେ ବର୍ଷିଲେ ଅଭିନେତା ମନୋଜ ମିଶ୍ର । ସିନେମା କାହାର ବ୍ଯକ୍ତିଗତ ସମ୍ପତ୍ତି ନୁହେଁ ଆମ ସମସ୍ତଙ୍କର ବୋଲି କହିଛନ୍ତି ମନୋଜ  । ‘ପ୍ରଯୋଜକଙ୍କ କ୍ଷତି ହେଲେ ସମସ୍ତଙ୍କର କ୍ଷତି ହେବ । ଯିଏ ଓଡ଼ିଆ ସିନେମାର ଶତ୍ରୁ ସେ ମୋର ଶତ୍ରୁ’  । ‘ରାଣ୍ଡି ପୁଅ ଅନନ୍ତା’ ଫିଲ୍ମର ନାମକରଣ ପାଇଁ ତାତିଛନ୍ତି ଅଭିନେତା  । କିଛି ନିର୍ଦ୍ଦେଶକ ଭଲ ଫିଲ୍ମ ନିର୍ମାଣ କରିବାରେ ଧ୍ୟାନ ନ ଦେଇ ଓଲଟା ପ୍ରଯୋଜକଙ୍କୁ ଲୁଟୁଥିବା ସେ ଅଭିଯୋଗ କରିଛନ୍ତି  ।

ରାଜ୍ୟରେ ଯେକୌଣସି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି, ଅଭିନେତା ମନୋଜ ସମ୍ପୃକ୍ତ ସିନେମା, ସିନେ ନିର୍ଦ୍ଦେଶକ, କଳାକାର ଓ ଟେକ୍ନିସିଆନ୍‌ଙ୍କ ବିରୋଧରେ ଲଗାତାର ଭାବେ ସୋସିଆଲ୍‌ ମିଡ଼ିଆରେ ବିବାଦୀୟ ମନ୍ତ୍ରବ୍ୟ ରଖୁଛନ୍ତି। ସେ ଓଡ଼ିଆ କଳାକାର ଓ ନିର୍ଦ୍ଦେଶକଙ୍କ ସମ୍ମାନହାନୀ ହେବା ଭଳି ବକ୍ତବ୍ୟ ରଖି ତାହାକୁ ସୋସିଆଲ୍‌ ମିଡ଼ିଆର ବିଭିନ୍ନ ପ୍ଲାଟଫର୍ମ ଫେସବୁକ୍‌, ଇନଷ୍ଟାଗ୍ରାମ୍‌, ଏକ୍ସ ଏବଂ କେତେକ ହ୍ୱାର୍ଟସଆପ୍‌ ଗ୍ରୁଫ୍‌ରେ ପ୍ରଚାର କରାଉଛନ୍ତି।

ଓଲିଉଡ୍‌ରେ କାର୍ଯ୍ୟ କରୁଥିବା କୌଣସି ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶନା ଜଣାନାହିଁ, କୌଣସି କଳାକାରଙ୍କୁ ଅଭିନୟ ଜଣାନାହିଁ ଏବଂ କୌଣସି ଟେକ୍ନିସିଆନ୍‌ଙ୍କୁ କଳାକୌଶଳ ଜଣାନାହିଁ ବୋଲି କହି ସମସ୍ତଙ୍କ ଚରିତ୍ର ସଂହାର କରୁଛନ୍ତି। ଏହାର ପ୍ରତିବାଦ କରି କଟକ ସାଇବର ଥାନାରେ ଓଡ଼ିଶା ଟିଭି ଓ ଫିଲ୍ମ ନିର୍ଦ୍ଦେଶକ ସଂଘ ପକ୍ଷରୁ ଏତଲା ଦିଆଯାଇଛି। ସଂଘର ସଭାପତି ତଥା ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସହିତ ୩୦ରୁ ଅଧିକ ସଂଘର କର୍ମକର୍ତ୍ତା ଥାନାରେ ପହଞ୍ଚି ମନୋଜଙ୍କ ବିରୋଧରେ ଏତଲା ଦେଇଥିଲେ। ସାଇବର ଥାନା ପୁଲିସ ଭାରତୀୟ ନ୍ୟାୟ ସଂହିତା ଅନ୍ତର୍ଗତ ଆଇଟି ଆକ୍ଟ ଲଗାଇ ତଦନ୍ତ ଜାରି ରଖିଥିବା କହିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଦୀର୍ଘ ଦେଢ଼ ବର୍ଷ ହେବ ଅଭିନେତା  ରିଲିଜ୍‌ ହେଉଥିବା ପ୍ରତ୍ୟେକ ଓଡ଼ିଆ ଫିଲ୍ମ ଉପରେ ତାଙ୍କ ମନ୍ତ୍ରବ୍ୟ ରଖି ଥାଆନ୍ତି। ସେ ତାଙ୍କ ନିଜସ୍ୱ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ହେଉ କିମ୍ବା କୌଣସି ସୋସଆଲ୍‌ ମିଡ଼ିଆ ପ୍ଲାର୍ଟଫର୍ମରେ ରିଭ୍ୟୁ କରୁଥିବା ସିନେମା ସମ୍ପର୍କରେ ମତ ଦିଅନ୍ତି। କିନ୍ତୁ ସେ ସବୁ ସୀମା ସରହଦ ଟପି ସିନେ କଳାକାର, ନିର୍ଦ୍ଦେଶକ ଓ ଟେକ୍ନିସିଆନ୍‌ଙ୍କ ବ୍ୟକ୍ତିଗତସ୍ତରକୁ ଯାଇ ଆକ୍ଷେପ କରନ୍ତି। ଏହି ଭିଡ଼ିଓ ପରବର୍ତ୍ତି ସମୟରେ ଭାଇରାଲ୍‌ ହୁଏ। ଯହାକି ଓଲିଉଡର ସମ୍ମାନହାନୀ କରୁଥିବା ସଂଘ ଅଭିଯୋଗ କରିଛି।

Latest Posts

Don't Miss