spot_img

Latest Posts

ଷ୍ଟାର ଅଭିନେତା ମନୋଜ ବାଜପେୟୀଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍ ହେଲା

ମୁମ୍ବାଇ : ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ ହୋଇଯାଇଛି। ଅଭିନେତା ମନୋଜ ଏ ସଂପର୍କରେ ନିଜେ ତାଙ୍କ ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ନିଜର ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ଶେୟାର କରି ସେ ଫ୍ୟାନ୍ସଙ୍କୁ ତାଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ ହୋଇଥିବା କଥା ସୂଚନା ଦେଇଛନ୍ତି। ଏହା ସହିତ ତାଙ୍କ ଟ୍ୱିଟର ପ୍ରୋଫାଇଲକୁ ନଯିବା ପାଇଁ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି ।

ଅଭିନେତା ମନୋଜଙ୍କ ଟ୍ୱିଟର ଆକାଉଣ୍ଟଟି ଶୁକ୍ରବାର ଦିନ ହ୍ୟାକ ହୋଇଥିବା ନେଇ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି । ଏହା ସହିତ ସେ କହିଛନ୍ତି , ଯେ ପର୍ଯ୍ୟନ୍ତ ମୋ ଆକାଉଣ୍ଟ ପୂରା ଠିକ ହୋଇନାହିଁ, ଦୟାକରି ମୋ ପ୍ରୋଫାଇଲ ସହ କୋଣସି ସଂପର୍କରେ ଆସିବେ ନାହିଁ । ବର୍ତ୍ତମାନ ଏହା ଉପରେ କାମ ଚାଲିଛି ।

 

ମୋ ପ୍ରୋଫାଇଲର ସବୁ ସମସ୍ୟା ସମାଧାନ ହେବା ମାତ୍ରେ ହିଁ ମୁଁ ଆପଣମାନଙ୍କୁ ସୂଚନା ଦିଆଯିବ । ଅନ୍ୟପଟେ ବର୍ତ୍ତମାନ ଯାଏଁ ମନୋଜଙ୍କ ପ୍ରୋଫାଇଲରେ କୌଣସି ପ୍ରକାରର ସନ୍ଦେହଜନକ ହରକତ ଲକ୍ଷ୍ୟ କରାଯାଇନାହିଁ ।

Latest Posts

Don't Miss