ଭାରତରେ ଫେଷ୍ଟିଭାଲ୍-ଟୁରିଜିମ୍ ପାଇଁ ଅସୀମ ସମ୍ଭାବନା ରହିଛି: ମୋଦି

1 min read

 

ପ୍ରଧାନମନ୍ତ୍ରୀ ମୋଦି ମନ୍ କି ବାତରେ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ବିଶ୍ୱରେ ଫେଷ୍ଟିଭାଲ୍ ଅଫ ଟୁରିଜିମର ସ୍ୱତନ୍ତ୍ର ଏକ ଆକର୍ଷଣ ଥିବା ମୋଦି କହିଛନ୍ତି । ଭାରତ ହେଉଛି ପାର୍ବଣର ଦେଶ, ଏଠି ଫେଷ୍ଟିଭାଲ୍-ଟୁରିଜିମ୍ ପାଇଁ ଅସୀମ ସମ୍ଭାବନା ରହିଛି । ହୋଲି, ଦୀପାବଳି, ପୋଙ୍ଗଲ୍, ବିହୁ ଭଳି ପର୍ବ ପର୍ବାଣିର ଖୁସିରେ ଅନ୍ୟ ରାଜ୍ୟ, ଅନ୍ୟ ଦେଶର ଲୋକଙ୍କୁ ସାମିଲ କରିବାକୁ ପ୍ରୟାସ ପାଇଁ ମୋଦି କହିଛନ୍ତି ।

ଦେଶର ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ କ୍ଷେତ୍ରର ସ୍ୱତନ୍ତ୍ର ଉତ୍ସବ ରହିଛି ।  ଯାହା ଅନ୍ୟ ଦେଶର ଲୋକଙ୍କ ପାଇଁ ଖୁବ୍ ଆଗ୍ରହ ସୃଷ୍ଟି କରିଥାଏ । ସେଥିପାଇଁ, ଭାରତରେ ଫେଷ୍ଟିଭାଲ୍-ଟୁରିଜିମ୍ ଅଭିବୃଦ୍ଧି ନିମନ୍ତେ ଦେଶ ବାହାରେ ରହୁଥିବା ଭାରତୀୟଙ୍କ ଭୂମିକା ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ')}

Leave a Reply