ଷ୍ଟାର୍ଟ-ଅପ୍ କ୍ଷେତ୍ରରେ ଭାରତ ସାରା ବିଶ୍ୱର ପ୍ରତିନିଧିତ୍ୱ କରିବା ଦିଗରେ ଆଗଉଛି

ନୂଆଦିଲ୍ଲୀ: ମନ୍ କି ବାତ୍ କାର୍ଯ୍ୟକ୍ରମର ୮୩ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗକୁ ନୌସେନା ଦିବସ ଥିବାରୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଯବାନମାନଙ୍କୁ ସଲାମ୍ ଜଣାଇଛନ୍ତି ।

ଏଥିସହିତ ‘ଆୟୁଷ୍ମାନ ଭାରତ ଯୋଜନା’ ଉପରେ ଆଲୋକପାତ କରି ଏହା ଗରୀବ, ମଧ୍ୟବିତ୍ତ ଏବଂ ସାଧାରଣ ଲୋକଙ୍କ ପାଇଁ ବୋଲି କହିଛନ୍ତି । ଏବଂ ଆୟୁଷ୍ମାନ ଭାରତର ହିତାଧିକାରୀଙ୍କ ସହ କଥା ହୋଇଛନ୍ତି । ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଅଧିକ ଲୋକଙ୍କ ନିକଟରେ ଏହି ଯୋଜନା ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଛନ୍ତି ।

ଷ୍ଟାର୍ଟ ଅପ୍ କ୍ଷେତ୍ରରେ ଭାରତ ସାରା ବିଶ୍ୱର ପ୍ରତିନିଧିତ୍ୱ କରିବା ଦିଗରେ ଆଗଉଛି । ଏହି ଅବସରେ ଦେଶର କିଛି ଅଗ୍ରଣୀ କମ୍ପାନୀ ବିଷୟରେ କହିଛନ୍ତି । ଆମ ଦେଶର ଯୁବପିଢ଼ି ନିଜ କୌଶଳ ସହାୟତାରେ ସାରା ବିଶ୍ୱର ସମସ୍ୟାର ସମାଧାନ ଦେଇପାରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ,  ଆମ ଦେଶର ଅନେକ ରାଜ୍ୟର ଏଭଳି ଅନେକ ଅଞ୍ଚଳ ରହିଛି, ଯେଉଁଠାରେ ସ୍ଥାନୀୟ ଲୋକେ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସଜାଇ ରଖିଛନ୍ତି । ସେଠାକର ଲୋକଙ୍କ ଜୀବନ ଶୈଳୀ ପ୍ରକୃତି ସହିତ ଜଡ଼ିତ । ଯାହା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ବୀରତ୍ୱ କେବଳ ଯୁଦ୍ଧ ଭୂମିରେ ଦେଖାଇପାରିବା ତାହା ନୁହେଁ, ଅନ୍ୟ କ୍ଷେତ୍ରରେ ମଧ୍ୟ ନିଜର ବୀରତ୍ୱ ପ୍ରତିପାଦିତ କରି ସଫଳତା ହାସଲ କରିହୁଏ ।

ସମ୍ପ୍ରତି ସାରା ଦେଶରେ ‘ଅମୃତ ମହୋତ୍ସବ’ ଗୁଞ୍ଜରିତ ହେଉଛି । ଆଉ ପଞ୍ଚାୟତ ଠାରୁ ଆରମ୍ଭ କରି ସଂସଦ ଯାଏଁ ଏହା ସହ ଜଡ଼ିତ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି । ମନ୍ କି ବାତ୍ କାର୍ଯ୍ୟକ୍ରମର ପ୍ରଥମ ଏପିସୋଡ ୩ ଅକ୍ଟୋବର ୨୦୧୪ରେ ପ୍ରସାରିତ ହୋଇଥିଲା । ଏହା ପୂର୍ବରୁ ୨୪ ଅକ୍ଟୋବରରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ସମ୍ପର୍କରେ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ।  ଏଥିସହିତ ପ୍ରଧାନମନ୍ତ୍ରୀ ଭାରତ ସାରା ବିଶ୍ୱରରେ ପ୍ରଥମ ଦେଶ ଯିଏ ଡ୍ରୋନ ସହାୟତାରେ ନିଜ ଗାଁରେ ଜମିର ଡିଜିଟାଲ ରେକର୍ଡ ପ୍ରସ୍ତୁତ କରିପାରିଛି ।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ଜୋଓ୍ୱାଦ’: ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ତାଣ୍ଡବ ରଚିବ !

Leave a Reply