ମନମୋହନ ସିଂହଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ, ଜାତୀୟ ପତାକା ଅର୍ଦ୍ଧ ନମିତ

ନୂଆଦିଲ୍ଲୀ  : ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ  । ୯୨ ବର୍ଷ ବୟସରେ ଦେହାନ୍ତ ହେବା ପରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।  ୨୦୨୪  ଡିସେମ୍ୱର ୨୬ ରୁ  ୨୦୨୫ ଜାନୁୟାରୀ ୧ ପର୍ଯ୍ୟନ୍ତ ଏହି ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ।  ଏହା ସହିତ ଶୁକ୍ରବାର ଦିନ ପାଇଁ ଧାର୍ଯ୍ୟ ହୋଇଥିବା ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।  ମନେମାହନ ସିଂହଙ୍କ ବିୟୋଗରେ ସମସ୍ତ ସ୍ଥାନରେ ଜାତୀୟ ପତାକା ଅର୍ଦ୍ଧ ନମିତ କରାଯାଇଛି । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଆଜି ତାଙ୍କର ଶେଷକୃତ୍ୟ କରାଯିବ ।ଅନ୍ୟପଟେ ମନମୋହ ସିଂହଙ୍କୁ ସମ୍ମାନ ଜଣାଇ ୭ ଦିନ ପର୍ଯ୍ୟନ୍ତ କଂଗ୍ରେସର ପ୍ରତିଷ୍ଠା ଦିବସ ସମେତ ଅନ୍ୟ ଦଳୀୟ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।