ମନମୋହନ ସାମଲ ହେଲେ ଓଡ଼ିଶା ରାଜ୍ୟ ବିଜେପି ସଭାପତି, ଆସନ୍ତାକାଲି ଔପଚାରିକ ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରାଯାଇଛି । ଏକମାତ୍ର ପ୍ରାର୍ଥୀ ଭାବେ ମନମୋହନ ସାମଲ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଉ କେହି ନାମାଙ୍କନ ଭରି ନଥିବାରୁ ଆଗକୁ ନିର୍ବାଚନ ହେବାର ନାହିଁ । ଏମିତି ସ୍ଥିତିରେ ମନମୋହନ ଦିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଆସନ୍ତାକାଲି ଦଳ ପକ୍ଷରୁ ମନମୋହନଙ୍କ ନାଁ ନୂଆ ରାଜ୍ୟ ସଭାପତି ଭାବେ ଔପଚାରିକ ଘୋଷଣା କରାଯିବ ।

ରାଜ୍ୟ କାର୍ଯ୍ୟାଳୟରେ ମନମୋହନ ପ୍ରାର୍ଥିପତ୍ର ଦାଖଲ କରିବାକୁ ବରିଷ୍ଠ ନେତାଙ୍କ ସହ ଆସିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟ ତାଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତି ଥିଲେ । ଏହାସହ ବିଧାୟକ, ସାଂସଦ ଏବଂ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।