ମନମୋହନ ସାମଲ ରାଜ୍ୟ ବିଜେପି ମଙ୍ଗୁଆଳ

ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ସଭାପତି ହେଲେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମନମୋହନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ମନମହୋନ ସାମଲ ପୂର୍ବରୁ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବାବେଳେ ରାଜ୍ୟ ବିଜେପିର ସଭାପତି ମଧ୍ୟ ରହିଥିଲେ । ନିକଟରେ ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ ରାଷ୍ଟ୍ରୀୟ ସଭାପତି । ଏବେ ସମୀରଙ୍କ ସ୍ଥାନରେ ମନମୋହନ ହେଲେ ରାଜ୍ୟ ବିଜେପି ମଙ୍ଗୁଆଳ ।