spot_img

Latest Posts

ସର୍ପାଘାତର ଶିକାର ନବରଙ୍ଗପୁର ଝିଅ ମଞ୍ଜୁଳାର ଦ୍ୱିତୀୟ ପର୍ଯ୍ୟାୟ ପ୍ଳାଷ୍ଟିକ ସର୍ଜରୀ ଶେଷ

କଟକ: ଶୁକ୍ରବାର ଏସ୍‌ସିବିରେ ସର୍ପାଘାତରେ ଅସୁସ୍ଥ ମଞ୍ଜୁଳାର ଦ୍ୱିତୀୟ ପର୍ଯ୍ୟାୟ ପ୍ଳାଷ୍ଟିକ୍ ସର୍ଜରୀ ସଫଳତାର ସହ ପୂରା ହୋଇଛି । ଗତ ୩ସପ୍ତାହ ତଳେ ମଞ୍ଜୁଳାର ପ୍ରଥମ ପର୍ଯ୍ୟାୟ ଅପରେସନ ହୋଇଥିଲା। ତେବେ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ୩ ସପ୍ତାହ ସମୟ ନିଆଯାଇଥିଲା। ଆଜି ୩ ଘଣ୍ଟାର ଅପରେସନରେ ସର୍ଜରୀ ଶେଷ ହୋଇଛି।

ସୂଚନା ଯୋଗ୍ୟ ଯେ,  ନବରଙ୍ଗପୁର ଜିଲ୍ଲା ରାଇଘର ବାଲିଧର ଗାଁର ୯ ବର୍ଷର ଝିଅ ମଞ୍ଜୁଳା ସର୍ପ ଦଂଶନ ଶିକାର ହେବା ପରେ ଅର୍ଥାଭାବରୁ ଘରେ ଯନ୍ତ୍ରଣାରେ ଛଟପଟ ହେଉଥିଲା ।  ସର୍ପ ଦଂଶନ କରଥିବା ଡାହାଣ ହାତର କହୁଣିରୁ ଆଙ୍ଗୁଠୁ ପାଖ ଯାଏ ଅଧା ପଚି ଘାଆ ହୋଇଯାଇଥିଲଶ । ଅନ୍ୟପକ୍ଷରେ ଝିଅ ମଞ୍ଜୁଳାକୁ ଦଂଶନ କରିଥିବା ନାଗସାପକୁ ପରିବାର ଲୋକ ବନ୍ଦ କରି ରଖିଥିଲେ ।  ଝିଅ ଭଲ ହେଲେ ସାପକୁ ଛାଡିବେ ବୋଲି କହିଥିଲେ ।

କିଛି ମାସ ପୂର୍ବେ ବାପା ସୁନାଧର ଚାଷ ପାଇଁ ଜମିକୁ ଯାଇଥିବା ବେଳେ ମା’ ଘର କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ମଞ୍ଜୁଳା ତା’ ଛୋଟ ଭାଇ ସହ ବାହାରେ ଖେଳୁଥିଲା। ଖେଳୁ ଖେଳୁ ଘର ଦାଣ୍ଡରେ ଏକ ଗଛରେ ଚଢ଼େଇ ଧରିବାକୁ ଯାଇ ସର୍ପ ଦଂଶନର ଶିକାର ହୋଇଥିଲା। ପ୍ରଥମେ ପରିବାର ଲୋକ ତାକୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନବରଙ୍ଗପୁର ନିଆଯାଇଥିଲା। ନବରଙ୍ଗପୁରରେ ଗୋଟିଏ ଦିନ ଚିକିତ୍ସା ପରେ ସେଠାରୁ ତାକୁ ତା ପରିବାର ଲୋକ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ନେଇଥିଲେ। ସେଠାରେ ଡାକ୍ତର ତିନିଦିନ ଧରି ଚିକିତ୍ସା କରିବା ପରେ ଝିଅର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ଡାକ୍ତର ଝିଅକୁ ବ୍ରହ୍ମପୁର ନେବାପାଇଁ ପରାମର୍ଶ ଦେଲେ। ହେଲେ ପରିବାର ଲୋକଙ୍କ ପାଖରେ ଅର୍ଥ ନଥିଲା। ତେଣୁ ଝିଅ ଝିଅକୁ ଘରକୁ ନେଇ ଆସିଥିଲେ ପରିବାର ଲୋକ। ଏ ନେଇ ନନ୍ଦିଘୋଷ ଟିଭିରେ ପ୍ରଥମ ଖବର ପ୍ରସାରିତ ହୋଇଥିଲା । ଏବଂ ଏହାପରେ ଝିଅଟିକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା । ଏବଂ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ ବହନ କରାଯାଉଛି ।

Latest Posts

Don't Miss