ଅନୁଭବଙ୍କ ନାଁରେ ଏତଲା

Anubhav

ବିଜେଡି ନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ବିଜେଡି ଛାତ୍ର ବିଜେଡି ନେତା ମନଜିତ ଦାସଙ୍କ ବିବାଦ ବଢ଼ିଲା । ଅନୁଭବନଙ୍କ ନାଁରେ ମନଜିତ ଦାସ ଥାନାରେ ଲିଖିତ ମାନହାନି ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“ ସୋଶିଆଲ ମିଡିଆରେ ଅନୁଭବ ମୋ ନାଁରେ ଅପପ୍ରଚାର କରୁଛନ୍ତି। ଅପପ୍ରଚାର ଯୋଗୁଁ ମୋର ମାନହାନି ଘଟିଛି। ଏତଲାରେ IT ଆକ୍ଟରେ ଅନୁଭବଙ୍କୁ ଦଣ୍ଡିତ କରିବାକୁ ପ୍ରାର୍ଥନା କରାଯାଇଛି। ଯେଉଁ ମିଡିଆରେ ଅପପ୍ରଚାର କରିଛନ୍ତି, ସେହିଥିରେ ଅନୁଭବ ଭୁଲ ମାଗନ୍ତୁ ।” କିଛି ଦିନ ପୂର୍ବରୁ ମନଜିତ ଏବଂ ଅନୁଭବଙ୍କ ବିବାଦ ସୋସିଆଲ ମିଡିଆର ଭାଇରାଲ ହୋଇଥିଲା । ଏଥିପାଇଁ ଅନୁଭବ କମିଶନରେଟ୍‌ ପୁଲିସର ସହାୟତା ମାଗିଥିଲେ। ')}

Leave a Reply