ମନୀଷ ଅନୁରାଗ ହତ୍ୟା ମାମଲା: ଆଜି ହୋଇପାରେ କ୍ରାଇମ୍ ସିନ୍ ରି-କ୍ରିଏଟ

1 min read

ଭୁବନେଶ୍ୱର: ମନୀଷ ଅନୁରାଗ ହତ୍ୟା ମାମଲା । ୪ଦିନିଆ ରିମାଣ୍ଡରେ ନେଇ ସତ ଉଗାରୁଛି ପୋଲିସ । ଆଜି ରିମାଣ୍ଡର ଦ୍ଵିତୀୟ ଦିନ । ଜେରା ବେଳେ ହତ୍ୟାକାରୀ ବନ୍ଧୁ ଖୋଲିଲା ବିଲ ରହସ୍ୟ । ୩ଟି ବାରରେ ଏକାଠି ବସିଥିଲେ ୪ ସାଙ୍ଗ । ଏବେ ସୁଧା ୬୭ ହଜାର ବିଲର ହିସାବ ଦେଲେ ହତ୍ୟାକାରୀ ସାଙ୍ଗ । ଆଜି ହୋଇପାରେ କ୍ରାଇମ ସିନ ରି-କ୍ରିଏଟ । ମନୀଷଙ୍କ ମୋବାଇଲ ପୋଖରୀ ଭିତରେ ପଡିଥିବା ସନ୍ଦେହ କରାଯାଉଛି ।

ରାତି ୩ ଟା ୨୯ରେ ହୋଟେଲରୁ ବାହାରିବା ପରେ ବାଇକରେ ଲିଫ୍ଟ ମାଗି ଯାଇଥିଲେ ମନିଷ । କିଛି ଦୂରରେ ୩ସାଙ୍ଗଙ୍କ ସହ ଦେଖା ହୋଇଥିଲା । ପରେ ଗାଡିରୁ ଓହ୍ଲାଇ ଝଗଡା ହୋଇଥିଲା ବୋଲି ପୋଲିସ ଆଗରେ କହିଛନ୍ତି ୩ ହତ୍ୟାକାରୀ ବନ୍ଧୁ । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏଥିସହିତ ପଢ଼ନ୍ତୁ: ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା: ସ୍କୁଲ ପରିସରରେ ମାଟି ଖୋଳି ତଦନ୍ତ ଚଳାଇଛି ପୋଲିସ

Leave a Reply