spot_img

Latest Posts

ମନୀଷ ସିସୋଦିଆଙ୍କ ବିରୋଧରେ ତଦନ୍ତ ପାଇଁ ସିବିଆଇକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିପକ୍ଷ ଦଳ ବିରୋଧରେ ଗୁପ୍ତଚର କାର୍ଯ୍ୟକଳାପ ଅଭିଯୋଗ ପ୍ରସଙ୍ଗ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବା ଲାଗି ସିବିଆଇକୁ କେନ୍ଦ୍ରର ନିର୍ଦ୍ଦେଶ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ସିସୋଦିଆଙ୍କ ବିରୋଧରେ କେନ୍ଦ୍ରର ଏହି ନିର୍ଦ୍ଦେଶ ଅଡୁଆ ସୃଷ୍ଟି କରିଛି।

ସେପଟେ ସିସୋଦିଆ କହିଛନ୍ତି- ତାଙ୍କ ବିରୋଧରେ ଏହି ମାମଲା ବିରୋଧୀ ଦଳର ଦୁର୍ବଳତାକୁ ପରିପ୍ରକାଶ କରିଛି। ଆମ ଆଦମୀ ପାର୍ଟି ବଢୁଥିବାରୁ ଏହି ଧରଣର ଅଧିକ ମାମଲା ଭବିଷ୍ୟତରେ ରୁଜୁ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ସିସୋଦିଆ। ଗତ ରବିବାର ମଦ ଦୁର୍ନୀତି ମାମଲାରେ ଜେରାର ସମ୍ମୁଖୀନ ହେବା ଲାଗି ସିସୋଦିଆଙ୍କୁ ସମନ ଜାରି କରିଥିଲା ସିବିଆଇ।

ଗତ ୨୦୧୫ରେ ତତକାଳୀନ ଆପ୍ ସରକାରରେ ସିସୋଦିଆ ଭିଜିଲାନ୍ସ ବିଭାଗର ଦାୟିତ୍ବରେ ଥିଲେ। ତେବେ ସେହି ସମୟରେ ଗଠିତ ଫିଡବ୍ୟାକ ୟୁନିଟ ଜରିଆରେ ବିଭିନ୍ନ ମନ୍ତ୍ରାଳୟ, ବିରୋଧୀ ଦଳ, ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଗୁଇନ୍ଦାଗିରି କରିଥିବା ନେଇ ଅଭିଯୋଗ ହୋଇଥିଲା। ସେହିପରି ଏଫବିୟୁକୁ ସିକ୍ରେଟ ସର୍ଭିସ ଫଣ୍ଡ ଜରିଆରେ ବେଆଇନ ତଥା ବେହିସାବ ଅର୍ଥ ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।

ସିବିଆଇର ଏକ ରିପୋର୍ଟ ଆଧାରରେ ଦିଲ୍ଲୀ ଲେଫଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା ସିସୋଦିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ଜରିଆରେ ରାଷ୍ଟ୍ରପତିଙ୍କ ନିକଟରେ ସୁପାରିସ କରିଥିଲେ।

Latest Posts

Don't Miss