spot_img

Latest Posts

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା; ଆଜି ସରୁଛି ମନୀଷ ସିସୋଦିଆ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି 

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଆଜି ସରୁଛି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଦ୍ବିତୀୟ ପର୍ଯ୍ୟାୟର ରିମାଣ୍ଡ ଅବଧି  । ଗତ ୪ତାରିଖରେ  ସିସୋଦିଆଙ୍କ ରିମାଣ୍ଡ ଅବଧିକୁ ଆଉ ୨ ଦିନ ବଢାଇଥିଲେ ରାଉଜ ଆଭେନ୍ୟୁ କୋର୍ଟ  । ପ୍ରଥମେ ୫ଦିନ ପରେ ଆଉ ୩ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ସିବିଆଇ  । ତେବେ ୨ ଦିନ ଲାଗି କୋର୍ଟ ଅନୁମତି ଦେଇଥିଲେ  ।

ଅନ୍ୟପଟେ ଆସନ୍ତା ୧୦ରେ ମନୀଷଙ୍କ ଜାମିନ ଆବେଦନର ହେବ ପରବର୍ତ୍ତୀ ଶୁଣାଣି। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗତ ୨୬ ତାରିଖରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ କରିଥିଲା ଗିରଫ। ୫୧ ବର୍ଷ ବୟସ୍କ ସିସୋଦିଆଙ୍କୁ ଗତ ୨୬ ତାରିଖରେ ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ କରିଥିଲା ସିବିଆଇ।

ଦିଲ୍ଲୀ ଅବକାରୀ ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କ୍ରମେ ଉପରାଜ୍ୟପାଳ ଭିକେ ସକ୍ସେନା ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସିବିଆଇ ବ୍ୟତୀତ ଇଡି ମଧ୍ୟ ଘଟଣାର ତଦନ୍ତ କରୁଛି । ସିବିଆଇ ଦ୍ୱାରା ଗିରଫ ହେବା ପରେ ସିସୋଦିଆ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ଦିଲ୍ଲୀର ଶିକ୍ଷା ଠାରୁ ଆରମ୍ଭ କରି ଅର୍ଥ ଭଳି ୧୮ଟି ବିଭାଗର ଦାୟିତ୍ୱରେ ଥିଲେ । ସେପଟେ ଆସନ୍ତା ୧୦ତାରିଖରୁ ସିସୋଦିଆଙ୍କ ଗିରଫକୁ ବିରୋଧ କରି ଦିଲ୍ଲୀରେ ଜନ ଜାଗରଣ ଆରମ୍ଭ କରିବ ଆମ୍ ଆଦମୀ ପାର୍ଟି।

Latest Posts

Don't Miss