ମନୀଷ ମୃତ୍ୟୁ ମାମଲା: ଫିଟୁଛି କାଳ ରାତିର କଳା କାହାଣୀ ଗୁମର

ଭୁବନେଶ୍ୱର: ମନୀଷ ଅନୁରାଗ ମୃତ୍ୟୁ ମାମଲାରୁ ଉଠିବାରେ ଲାଗିଛି ଅନେକ ପ୍ରଶ୍ନ। ମୃତ୍ୟୁଦିନ ରାତିରେ କ’ଣ ଘଟିଥିଲା ? ସାଙ୍ଗ ମେଳରେ କେଉଁ କେଉଁ ସ୍ଥାନକୁ ଯାଇଥିଲେ ମନୀଷ ? ନିଶା ନେଇଥିଲେ କି ? ଯଦି ନେଇଥିଲେ ତେବେ କେଉଁଠି ନେଇଥିଲେ ? ସାଙ୍ଗମାନଙ୍କ ସହ ହୋଇଥିଲା କି ମତାନ୍ତର ? ଯଦି ହୋଇଥିଲା ଏହା ମୃତ୍ୟୁର କାରଣ କି ? ଏମିତି ଅନେକ ପ୍ରଶ୍ନ ଉପରୁ ପରଦା ଉଠାଉଛନ୍ତି ୪ ଅଭିଯୁକ୍ତ ।

ପୋଲିସର ମାରାଥନ ଜେରା ଓ ଘନଘନ ପ୍ରଶ୍ନବାଣରେ ସେଦିନ ରାତିର ସତ ଓଗାଳୁଛନ୍ତି ଅଭିଯୁକ୍ତମାନେ। ମିଳିଥିବା ସୂଚନା ଅନୁସାରେ ସେଦିନ ରାତିରେ ସାଙ୍ଗମାନଙ୍କ ସହ ୩ଟି ବାରକୁ ଯାଇଥିଲେ ମନୀଷ। ସାଉଥ୍ ସିଟି ବାରରେ ଏଣ୍ଟ୍ରି ପୂର୍ବରୁ ଆଉ ଦୁଇଟି ବାରରେ ରାଉଣ୍ଡ ମାରି ସାରିଥିଲେ। ତେବେ ସାଉଥ ସିଟି ବାରରେ ହୋଇଯାଇଥିଲା ୩୦ରୁ ୪୦ ହଜାର ଟଙ୍କାର ବିଲ୍।

ଏହାପରେ ବିଲ୍ ଦେବାକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ତୁତୁ ମେଁମେଁ। ସ୍ଥିତି ବିଗିଡ଼ିବା ସହ ସେମାନଙ୍କ ମଧ୍ୟରେ ହୋଇଥିଲା ପ୍ରବଳ ଝଗଡ଼ା।
ଏପରିକି ବାର କର୍ମଚାରୀ ବିଲ୍ ଭରଣା ପାଇଁ ମନୀଷଙ୍କ ମୋବାଇଲ ବନ୍ଧକ ରଖି ଦେଇଥିଲେ। ପରେ ମନୀଷ ବାପାଙ୍କୁ ଫୋନ କରି ଟଙ୍କା ମାଗିଥିଲେ। ଏହାପରେ ଟଙ୍କା ପୈଠ କରି ମନୀଷ ଏକା ଏକା ବାରରୁ ବାହାରି ଯାଇଥିଲେ।

Leave a Reply