ବାରରେ କିଏ ଭରିବ ବିଲ୍‌, ପେମେଣ୍ଟକୁ ନେଇ ମନୀଷ ଏବଂ ସାଙ୍ଗଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ

ଭୁବନେଶ୍ୱର: ରାଜଧାନୀରେ ଏବେ ଗୋଟିଏ ଚର୍ଚ୍ଚା। ମନୀଷ ମୃତ୍ୟୁକୁ ନେଇ ଚର୍ଚ୍ଚା ଯୋର ଧରିବାରେ ଲାଗିଲାଣି। ସେପଟେ ମନୀଷ ଅନୁରାଗ ମୃତ୍ୟୁ ଉପରୁ ଗୋଟିଏ ପରେ ଗୋଟିଏ ରହସ୍ୟର ପରଦା ଉଠିବାରେ ଲାଗିଛି। ସିସିଟିଭି ପୋଲିସ୍‌ର ହସ୍ତଗତ ହେବା ପରେ ମୃତ୍ୟୁ ମିଷ୍ଟ୍ରି ଉପରୁ ପରଦା ଉଠିବାରେ ଲାଗିଛି। ସିସିଟିଭି ଜାରି ହେବା ପରେ ଏବେ ସାମ୍ନାକୁ ଆସିଛି କାଳ ରାତିର ରହସ୍ୟ। ସେଦିନ ରାତିରେ ମନୀଷଙ୍କ ସହ କଣ ହୋଇଥିଲା ତାହାର ପରଦାଫାସ ହୋଇଛି। ସେଦିନ ବାରରେ ବିଲ୍ ପେମେଣ୍ଟ କରିବାକୁ ନେଇ ହୋଇଥିଲା ପାଟିତୁଣ୍ଡ। କିଏ ବିଲ୍‌ ପେମେଣ୍ଟ କରିବ ସେନେଇ ସାଙ୍ଗ ସାଙ୍ଗ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ। ପୋଲିସ୍‌ର ପଚରାଉଚରା ବେଳେ ସାମ୍ନାକୁ ଆସିଛି ଏଭଳି ସତ। କିଏ ଦେବ ଟଙ୍କା ତାକୁ ନେଇ ସାଙ୍ଗ ମାନଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ।

ବାରର ବିଲ୍‌ ଛୋଟ ରକମର ନଥିଲା। ବାରରେ ପ୍ରାୟ ୩୦ରୁ ୪୦ ହଜାର ଟଙ୍କାର ବିଲ୍ ହୋଇଥିଲା। ଟଙ୍କା ନଦେବାରୁ ଦୀନେଶ ଓରଫ ମୁନ୍ନା ଫୋନକୁ ବନ୍ଧ ରଖିଥିଲେ ବାର୍ କର୍ତ୍ତୃପକ୍ଷ। ପରେ ମନୀଷ ବାପାଙ୍କଠାରୁ ଟଙ୍କା ଆଣି ପେମେଣ୍ଟ କରିଥିଲେ। ଏବଂ ଶେଷରେ ଏକାକି ବାର୍‌ରୁ ଚାଲି ଚାଲି ଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅମ୍ରିତ ବିଶ୍ୱାଳ, ଦୀନେଶ ମହାପାତ୍ର, ମୃତ୍ୟୁଞ୍ଜୟ ମିଶ୍ର ଓ ହିମାଂଶୁ ବେହେରାଙ୍କ ସହ ୫ ଜଣଙ୍କୁ ଅଟକ ରଖି ମାରାଥନ ଜେରା ଚାଲିଛି। ପ୍ରଥମେ ପୃଥକ ଭାବେ ଜେରା କରିବା ପରେ ମୁହାଁମୁହିଁ ଜେରା କରାଯିବ । ଘଟଣା ଦିନ କଣ ଘଟିଥିଲା, ମନୀଷଙ୍କ ମୃତ୍ୟ କେମିତି ହେଲା, ସତ ଉଗାରିବାକୁ ତନାଘନା ଚଳାଇଛି ପୋଲିସ।

ସେପଟେ ସିସିଟିଭି ଫୁଟେଜ ଆଧାରରେ ହୋଟେଲ ଭିତର ରହସ୍ୟ ଖୋଜୁଛି ପୋଲିସ। ୪ ଘଣ୍ଟା ଧରି ମନୀଷଙ୍କ ସହିତ କିଏ କିଏ ଥିଲେ ? ମନୀଷଙ୍କ ସାଙ୍ଗରେ ଯାଇଥିବା ଦିନେଶ ଓ ମୃତ୍ୟୁଞ୍ଜୟ କାହିଁକି ମନୀଷକୁ ଛାଡ଼ି ଆଗୁଆ ଗଲେ। ମନୀଷ ଏକୁଟିଆ ଚାଲି ଚାଲି ଯିବା ପରେ ତାଙ୍କୁ କିଏ ମାରଧର କରୁଥିଲା ? ମୃତ୍ୟୁ ପୂର୍ବରୁ ମନୀଷଙ୍କ ସାଙ୍ଗରେ ଦିନେଶ ଓ ମୃତ୍ୟୁଞ୍ଜୟ ବାଦ ଆଉ କିଏ କିଏ ଥିଲେ ? ହୋଟେଲ ଭିତରେ କଣ ଘଟିଥିଲା ? ମନୀଷଙ୍କ ମୃତ୍ୟ କେମିତି ହେଲା ? ମନୀଷଙ୍କୁ ଛାଡି କାହିଁକି ଫେରାର ହେଲେ ? ଟଙ୍କା କାରବାର ନା ଅନ୍ୟ କିଛି କାରଣକୁ ଉଭୟଙ୍କ ମଧ୍ୟରେ କଣ ଘଟିଥିଲା। ମନୀଷଙ୍କ ବାପାଙ୍କୁ କିଏ କହିଥିଲା ଆମେ ଘରେ ଛାଡିଦେବୁ ବୋଲି? ପ୍ରାଥମିକ ପୋଷ୍ଟ ମର୍ଟମ ରିପୋର୍ଟ ଅନୁସାରେ ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇଛି।

ସେପଟେ ମନୀଷ ହୋଟେଲରୁ ବାହାରି ରାସ୍ତାରେ ଯାଉଥିବା ବେଳେ ତାଙ୍କ ଆଗରେ ଜଣେ ଯୁବତୀ ମଧ୍ୟ ଚାଲି ଚାଲି ଯାଉଥିଲେ। ଯୁବତୀ ଜଣଙ୍କ ଚାଲି ଚାଲି ଯାଉଥିବା ସିସିଟିଭିରେ ଦେଖିବାକୁ ମିଳିଛି। ସେହି ଯୁବତୀ ଜଣକ କିଏ ? ଏତେ ରାତିରେ ସେ ହୋଟେଲେ କଣ କରୁଥିଲେ ? ଘଟଣାରେ ଯୁବତୀଙ୍କ ସହିତ କିଛି ଲିଙ୍କ ନାହିଁ ତ ? ତେବେ ଯୁବତୀ ଜଣଙ୍କ ବାରରେ କାମ କରୁଥିବା ଜଣାପଡ଼ିଛି। ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ କମିଶନରେଟ୍‌ ପୁଲିସ ଯୁବତୀଙ୍କୁ ନେଇ ଏବେ ଖୋଳତାଡ ଆରମ୍ଭ କରିଛି।

Leave a Reply