ବିଲ୍ ପେମେଣ୍ଟକୁ ନେଇ ମାରପିଟ୍ ପରେ ପୋଖରିରେ ମନୀଷଙ୍କ ମୃତଦେହ ଫିଙ୍ଗିଥିଲେ ଅଭିଯୁକ୍ତ

Manish Anurag Murder Case, Accused Though Body In Pond

ଭୁବନେଶ୍ୱର: ବହୁଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲା । ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଲା କମିଶନରେଟ୍ ପୋଲିସ । ଘଟଣା ଦିନ ସନ୍ଧ୍ୟା ୫ଟା ୩୦ ବେଳେ ମନୀଷ ତାଙ୍କର ତିନିଜଣ ସାଙ୍ଗଙ୍କ ସହ ଲକ୍ଷ୍ମୀସାଗର ଯାଇଥିଲେ । ପରେ ଭୋରରୁ ପାତ୍ରପଡ଼ା ଯାଇଥିଲେ ତିନିସାଙ୍ଗ । ଦୀନେଶ, ମୃତ୍ୟୁଞ୍ଜୟ ଓ ଅମ୍ରିତ ମିଶି ମନୀଷଙ୍କ ସହ ଯାଇଥିଲେ । ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

Manish Anurag Murder Case, Accused Though Body In Pond

ପରେ ହୋଟେଲ ବାହାରେ ମନୀଷଙ୍କୁ ଆକ୍ରମଣ କରିଥିଲେ ଦୀନେଶ, ମୃତ୍ୟୁଞ୍ଜୟ ଓ ଅମ୍ରିତ । ମନୀଷଙ୍କ ମୃତ୍ୟୁ ପରେ ପ୍ରମାଣ ଲୁଚାଇବା ପାଇଁ ଅଭିଯୁକ୍ତ ମୃତଦେହକୁ ପାତ୍ରପଡ଼ା ଭଗବାନପୁର ପୋଖରିରରେ ଫିଙ୍ଗି ଦେଇଥିଲେ । ଠେଲାପେଲା ବେଳେ ମାଡ଼ ମରାରୁ ମୃତ୍ୟୁ ହୋଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପ୍ରେସମିଟରେ କହିଛନ୍ତି ।

Manish Anurag Murder Case, Accused Though Body In Pond

ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ ପରେ ରିମାଣ୍ଡରେ ଆଣିବାକୁ ଆବେଦନ କରିବ କମିଶନରେଟ୍ ପୋଲିସ । ପୋଖରିରେ ମୃତଦେହ ଫିଙ୍ଗିବା ପରେ ଅଭିଯୁକ୍ତଙ୍କୁ ଜଣେ ସ୍ଥାନୀୟ ଯୁବକ ଦେଖିଥିବା ଡିସିପି କହିଛନ୍ତି । ଘଟଣାରେ ବ୍ୟବହୃତ କାରକୁ ପୋଲିସ ଜବତ କରିଛି । ୧୦ ତାରିଖରେ ମନୀଷ ନିଖୋଜ ନେଇ ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଥିଲା । ଗଣ୍ଡଗୋଳ ଘଟିଥିବା ବିଏମସି ବାରକୁ ସିଲ୍ କରିଛି ।

Leave a Reply