ମଣିପୁର ହିଂସା, ଆଜି ବସିବ ସର୍ବଦଳୀୟ ବୈଠକ

ମଣିପୁର: ମଣିପୁରରେ ଜାରି ରହିଥିବା ହିଂସା ସ୍ଥିତିକୁ ନେଇ ଆଜି ସର୍ବଦଳୀୟ ବୈଠକ ବସିବ  । କେନ୍ଦ୍ର ଗୃହମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିବେ । ପାଖାପାଖି ଦୁଇ ମାସ ହେବ ମଣିପୁର ହିଂସାର ନିଆଁରେ ଜଳୁଥିବା ବେଳେ କୌଣସି ସ୍ଥିତିର ସମାଧାନ କରିପାରୁନାହାନ୍ତି କେନ୍ଦ୍ର ସରକାର  । ଏଭଳି ସର୍ବଦଳୀୟ ବୈଠକ ଡାକି ରାଜନୈତିକ ସମାଧାନ ପାଇଁ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର  ।

ଦୁଇ ଦିନ ତଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଭିଡିଓ ଜାରି କରି ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କୁ ପରିବାରକୁ ସମବେଦନା ଜଣାଇଥିଲେ  । ରାଜ୍ୟରେ ଚାଲିଥିବା ହିଂସା ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି  । ଅନେକ ଲୋକଙ୍କ ପରିବାର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି  । ଅନେକ ଲୋକ ଏକାକି ହୋଇଯାଇଛନ୍ତି  । ଯାହାକୁ ନେଇ ସୋନିଆ ଗାନ୍ଧୀ ଦୁଃଖ ପ୍ରକାଶ କରିଛନ୍ତି  । ଏହାପରେ କେନ୍ଦ୍ର ସରକାର ମଧ୍ୟ ତତ୍ପରତା ପ୍ରକାଶ କରି ସର୍ବଦଳୀୟ ବୈଠକ କରୁଛନ୍ତି ବୋଲି କଂଗ୍ରେସ କହିଛି  ।

ଶାନ୍ତି ଆଲୋଚନା ଓ ସେନା ମୁତୟନ ସତ୍ବେ ରାଜ୍ୟରେ ଶାନ୍ତି ଫେରୁନଥିବା ବେଳେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି  ।