କର୍ଣ୍ଣେଲଙ୍କ ଉପରେ ଉଗ୍ରବାଦୀଙ୍କ ଆକ୍ରମଣ ଥିଲା ଯୋଜନାବଦ୍ଧ

Manipur The Attack On Colonel Biplab Dev Tripathi Was Well Planned

ଇମ୍ଫାଲ: ମଣିପୁରରେ ଉଗ୍ରବାଦୀଙ୍କ ଆକ୍ରମଣ ଥିଲା ଯୋଜନାବଦ୍ଧ । ଆକ୍ରମଣ ଲାଗି ନିଜକୁ ଦାୟୀ କରିଛନ୍ତି ପିପୁଲ୍ସ ଲିବରେସନ ଆର୍ମି ବା ପିଏଲଏ ଏବଂ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ ବା ଏମଏନପିଏଫ । ତେବେ ଆତଙ୍କବାଦୀମାନେ ଉକ୍ତ ଟିମରେ ଜଣେ ଶିଶୁ ଥିବା ଜାଣି ନଥିଲେ ବୋଲି କୁହାଯାଇଛି । ୧୫ ଜଣ ସଶସ୍ତ୍ର ଉଗ୍ରବାଦୀ ଏହି ପାଟ୍ରୋଲିଂ ଟିମ ଉପରେ ଅଚାନକ ଆକ୍ରମଣ କରିଥିଲେ । ପ୍ରଥମେ ତିନିଟି ଆଇଇଡି ବିସ୍ଫୋରଣ କରିବା ସହ ଆଖିବୁଜା ଗୁଳିଚାଳନା କରିଥିଲେ ।

ଯବାନଙ୍କ କାଫିଲା ଉପରକୁ ଆକ୍ରମଣରେ କର୍ଣ୍ଣେଲ ବିପ୍ଲବ ତ୍ରିପାଠୀଙ୍କ ସହ ୫ ଜଣ ଯବାନ ସହିଦ ହୋଇଛନ୍ତି । ଆକ୍ରଣରେ କର୍ଣ୍ଣେଲ ବିପ୍ଳବଙ୍କ ସହ ସ୍ତ୍ରୀ ଓ ୫ ବର୍ଷର ପୁଅ ପ୍ରାଣ ହରାଇଛନ୍ତି । ପୂର୍ବ ଛତିଶଗଡ଼ର ରାଇଗଡ଼ରେ ତାଙ୍କ ବାପା ମାଆ ରୁହନ୍ତି । ସେମାନେ ଚାହୁଁଥିଲେ ପୁଅବୋହୂ ଓ ନାତି ଦୀପାବଳିରେ ଗାଁକୁ ଆସିବା ଲାଗି । ମାତ୍ର ଛୁଟି ନ ମିଳିବା ଯୋଗୁ ବିପ୍ଳବ ଗାଁକୁ ଯାଇପାରି ନଥିଲେ । ଫଳରେ ବାପା ସୁଭାଷ ତ୍ରିପାଠୀ ଓ ମା ଆଶା ଦେବୀ ମଣିପୁର ଆସି ପୁଅ ବୋହୂଙ୍କ ଗହଣରେ ଦୀପାବଳି କଟାଇଥିଲେ ।

Manipur The Attack On Colonel Biplab Dev Tripathi Was Well Planned

ସେମାନେ ଗତ ୭ ତାରିଖରେ ଗାଁକୁ ଫେରି ଯାଇଥିଲେ । ବିପ୍ଲବଙ୍କ ଜେଜେ କିଶୋରୀ ଲାଲ ତ୍ରିପାଠୀ ସମ୍ବିଧାନ ଚିଠା ପ୍ରସ୍ତୁତ କମିଟିର ସଦସ୍ୟ ଥିଲେ । ବାପା ସୁଭାଷ ଜଣେ ସାମ୍ବାଦିକ ଓ ଏକ ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦକ । ମାଆ ଆଶା ଦେବୀ ଜଣେ ସାମାଜିକ କର୍ମୀ । ବିପ୍ଳବଙ୍କ ବିବାହ ଉତ୍ସବରେ ସଶସ୍ତ୍ର ପୋଲିସ ବାହିନୀର ବ୍ୟାଗପାଇପର ବ୍ୟାଣ୍ଡ ଟିମ୍ ରାଇଗଡ଼ ଆସି ସଂଗୀତ ପରିବେଷଣ କରିଥିଲେ ।

ବିପ୍ଳବଙ୍କ ମାମୁଁ ରାଜେଶ ପଟ୍ଟନାୟକ କହିଛନ୍ତି ବିପ୍ଲବଙ୍କୁ ଛୁଟି ନ ମିଳିବାରୁ ସେ ଗାଁକୁ ଆସିପାରି ନଥିଲେ । ବିପ୍ଳବଙ୍କ ଭାଇ ଅନୟ ମଧ୍ୟ ଆସାମ ରାଇଫଲ୍ସରେ କାର୍ଯ୍ୟ କରିବା ସହ ମଣିପୁରରେ ଅବସ୍ଥାପିତ ହୋଇଥିବାରୁ ସେମାନଙ୍କୁ ଦେଖିବା ଲାଗି ୮୦ ବର୍ଷ ବୟସ୍କ ବାପା ଓ ୭୦ ବର୍ଷ ବୟସ୍କ ମାଆ ମଣିପୁର ଯାଇଥିଲେ । ଏହି ଦୁଃସମ୍ବାଦ ମିଳିବା ବେଳେ ଅନୟ ମୋ ନିକଟରେ ଥିଲେ ବୋଲି ରାଜେଶ କହିଛନ୍ତି । ଗତକାଲିର ହାମଲାରେ ବିପ୍ଳବ, ତାଙ୍କ ପତ୍ନୀ ଓ ପୁଅ ସମେତ ୭ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।

Leave a Reply