ମଣିପୁର ପୋଲିସ ହାତରେ ଓଡ଼ିଶାର ସାଇବର ଠକ

ଭୁବନେଶ୍ୱର: ସାଇବର ଠକକୁ ମଣିପୁର ପୋଲିସ ବାନ୍ଧିବା ପରେ ଛାନବିନ୍ । ଓଡ଼ିଶାରେ ସାଇବର ଠକେଇ ନେଇ ଖୋଳତାଡ଼ ଆରମ୍ଭ କଲା ପୋଲିସ । ଗତକାଲି ନୟାପଲ୍ଲୀ ବେହେରା ସାହିରୁ ବିକାଶ ଆଚାର୍ଯ୍ୟକୁ ଗିରଫ କରିଥିଲା ମଣିପୁର ପୋଲିସ । ବାଲେଶ୍ବର ସଦର ଥାନା ବାଲିଆ ଅଞ୍ଚଳର ବିକାଶ ଆଚାର୍ଯ୍ୟ ବେହେରା ସାହିରେ ଭଡ଼ାରେ ରହୁଥିଲା । କମିଶନରେଟ ପୋଲିସ ସହାୟତାରେ ତାକୁ ଗିରଫ କରିଛି ପୋଲିସ । ୨୫ ଲକ୍ଷ ଟଙ୍କା ଠକେଇ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଗିରଫ ପରେ ଆନ୍ତଃରାଜ୍ୟ ଲିଙ୍କ ଖୋଜୁଛି ଭୁବନେଶ୍ବର ସାଇବର ପୋଲିସ । ଓଡ଼ିଶାରେ କାହାକୁ ଠକିଥିବା ନେଇ ଖୋଳତାଡ଼ ଜାରି ରହିଛି ।