ମଣିପୁର ଭୁସ୍ଖଳନ: ଚତୁର୍ଥ ଦିନରେ ଉଦ୍ଧାର କାର୍ଯ୍ୟ ଜାରି

ଇମ୍ଫାଲ: ମଣିପୁରର ନୋନୀ ଜିଲ୍ଲାରେ ୩୦ ତାରିଖରେ ହୋଇଥିବା ଭୁସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି  । ଏବେବି  ୨୫ ଜଣ ନିଖୋଜ ଅଛନ୍ତି । ନୋନୀ ଜିଲ୍ଲାର ଟୁପୁଲ ନିର୍ମାଣଧୀନ ରେଲୱେ ଷ୍ଟେସନ ପାଖରେ ଭୁସ୍ଖଳନ ପରେ ଘଟଣାସ୍ଥଳରୁ ରବିବାର ଆଉ ୩ ଜଣଙ୍କ ଶବ ଉଦ୍ଧାର ହୋଇଛି । ଶନିବାର ରାତିରେ ଟୁପୁଲ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ଭୁସ୍ଖଳନ କାରଣରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖା ଦେଇଥିଲା । ଜେସିବି, ସନ୍ଧାନୀ କୁକୁର ଏବଂ ଅନ୍ୟ ଟେକ୍ନୋଲୋଜି ସହାୟତାରେ ଉଦ୍ଧାର କାର୍ଯ ଜାରି ରହିଛି  । ଭଗ୍ନାସଂ ତଳୁ ଉଦ୍ଧାର କରାଯାଇଥିବା ଶବ ମଧ୍ୟରେ ୨୪ ଭାରତୀୟ ସେନା, ୧୧ ଗୋରଖା ବାଟାଲିଅନ ଟେରିଟୋରିଆଲ ଆର୍ମିର ଯବାନ ଏବଂ ୧୩ ନାଗରିକ ସାମିଲ ଅଛନ୍ତି । ଗତ ବୁଧବାର ରାତିରେ ପ୍ରବଳ ବର୍ଷା ପରେ ଟୁପୁଲ ରେଲୱେ ଷ୍ଟେସନ କୁ ଲାଗିକି ଥିବା ପାହାଡ ଭାଙ୍ଗିଯାଇ ନିର୍ମାଣଧୀନ ଷ୍ଟେସନ ୟାର୍ଡ ଉପରେ ପଡିଥିଲା । ଭୁସ୍ଖଳନ ସମୟରେ ସେହି ସ୍ଥାନରେ ପ୍ରାୟ ୮୦ ଜଣ ଉପସ୍ଥିତ ଥିଲେ । ଭଗ୍ନାଂସ ପଡିଯିବାରୁ ସେମାନେ ତଳେ ଚାପି ହୋଇ ରହିଯାଇଥିଲେ  । ଭୁସ୍ଖଳନରେ ଆସାମର ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ୫ ଜଣଙ୍କ ଚିକିତ୍ସା ଚାଲିଛି  । ୧୩ ଜଣ ଏବେବି ନିଖୋଜ ଅଛନ୍ତି  । ଏହି ସୂଚନା ଆସାମର ଜଣେ ମନ୍ତ୍ରୀ ଦେଇଛନ୍ତି  ।

ସେନା ମୁଖପାତ୍ରଙ୍କ କହିବା ଅନୁସାରେ, ଟେରିଟୋରିଆଲ ଆର୍ମିର ୬ ଜଣ ନିଖୋଜ ଯବାନ ଏବଂ ୧୯ ସାଧାରଣ ନାଗରିକଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି । ଯେପର୍ଯ୍ୟନ୍ତ ସମସ୍ତ ନିଖୋଜ ବ୍ୟକ୍ତି ମିଳିନାହାନ୍ତି ଉଦ୍ଧାର କାର୍ଯ୍ୟ ଜାରି ରହିବ । ଏହି ଉଦ୍ଧାର କାର୍ଯ୍ୟରେ ସେନା, ଆସାମ ରାଇଫଲ୍ସ, ଟେରିଟୋରିଆଲ ଆର୍ମୀ,ଏସଡିଆରଏଫ ଏବଂ ଏନଡିଆରଏଫ ସାମିଲ ଅଛନ୍ତି । ଏପର୍ଯ୍ୟନ୍ତ ସୁଦ୍ଧା ୧୩ ଯବାନ ଏବଂ ୫ ନାଗରିକଙ୍କୁ ଉଦ୍ଧାର କରାଯାଇଛି  । ଟେରିଟୋରିଆଲ ଆର୍ମୀର ୭ ଯବାନଙ୍କ ଶବକୁ ରବିବାର ପଶ୍ଚିମବଙ୍ଗର କୋଲକାତା ଏବଂ ବାଗଡୋଗରା ଏବଂ ତ୍ରିପୁରାର ଅଗରତାଲା ସ୍ଥିତ ସେମାନଙ୍କ ଘରକୁ ପଠାଯାଇଛି ।