spot_img

Latest Posts

ଡ୍ରଗ୍ସ କାରବାର ଅଭିଯୁକ୍ତ ମଣିପୁର କଂଗ୍ରେସ ନେତାଙ୍କୁ କୋଳାଇଲା ବିଜେପି, ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ରାମମାଧବ, ବୈଜୟନ୍ତ

ନୂଆଦିଲ୍ଲୀ: ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ଭାରତ କଥା କହୁଛି ଭାଜପା । ହେଲେ ଦଳ କିଛି ରାଜନୈତିକ କାର୍ଯ୍ୟକ୍ରମ ଏହି ସ୍ଲୋଗାନର ବିରୋଧାଚରଣ କରୁଥିବା ଦେଖାଦେଇଛି । ଏକଦା ଯେଉଁ ନେତାଙ୍କୁ ଡ୍ରଗ୍ସ କାରବାର ସହ ଯୋଡି ହଲ୍ଲାବୋଲ କରୁଥିଲା, ଏବେ ସେହି ନେତାଙ୍କୁ ଦଳରେ ସାମିଲ କରିଛି । ରାଜନୀତିରେ ସବୁ ସମ୍ଭବ ଉକ୍ତିକୁ ପୁଣିଥରେ ସାର୍ଥକ କରିଛି ବିଜେପି । ନିକଟରେ ମଣିପୁରରେ ୫ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହେବା ପରେ ଏ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିକଟରେ ହୋଇଥିବା ମିଶ୍ରଣ ପର୍ବରେ ବିଜେପିରେ ସାମିଲ ହୋଇଥିବା ବିଧାୟକ ଓକ୍ରାମ ହେନେରି ସିଂଙ୍କ ଯୋଗଦାନ ଏହି ବିତର୍କକୁ ଛିଡା କରିଛି ।


ସାତ ବର୍ଷ ପୂର୍ବେ ଅର୍ଥାତ 2013 ମସିହାରେ ଇମ୍ଫାଲ ବିମାନ ବନ୍ଦରରୁ ଯେଉଁ ଡ୍ରଗ୍ସ ସିଜ୍ ହୋଇଥିଲା, ସେଥିରେ ତତ୍କାଳୀନ କଂଗ୍ରେସ ବିଧାୟକ ଓକ୍ରାମ ହେନେରି ସିଂ ସାମିଲ ଥିଲେ । CBI ମଧ୍ୟ ହେନେରିଙ୍କ ବିରୋଧରେ ଚାର୍ଜସିଟ୍ ଫାଇଲ୍ କରିଥିଲା । କେବଳ ସେତିକି ନୁହେଁ , ଏପରିକି 2017 ମଣିପୁର ବିଧାନସଭା ନିର୍ବାଚନରେ ବିଜେପି ଏହାକୁ ପ୍ରମୁଖ ପ୍ରସଙ୍ଗ କରିଥିଲା । ବିଭିନ୍ନ ପ୍ରସଙ୍ଗ ସହ ଏହି ପ୍ରସଙ୍ଗକୁ ନେଇ ନିର୍ବାଚନ ପ୍ରଚାର ମଧ୍ୟ କରିଥିଲା । ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନ ଥାଇ କୌଣସି ମତେ ବିଜେପି ମଣିପୁରରେ ସରକାର ଗଢିଥିଲା । ଇତି ମଧ୍ୟରେ ଏହି ଘଟଣାକୁ ୩ ବର୍ଷ ବିତିଗଲାଣି । ହେଲେ ମଣିପୁର ସରକାରକୁ ନେଇ ଦୋଦୁଲ୍ୟମାନ ରାଜନୈତିକ ସ୍ଥିତି ଜାରି ରହିଛି । ତେଣୁ ଭାଜପା ପାଇଁ ସବୁ କିଛି ଠିକ୍ କରିବା ପାଇଁ ମଣିପୁରର ସମସ୍ତ ପ୍ରଭାବଶାଳୀ ବିଧାୟକଙ୍କୁ ନିଜ ଗୋଷ୍ଠୀଭୁକ୍ତ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏହି ମିଶ୍ରଣ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା । ଏଥିରେ ଦଳ ରାଷ୍ଟ୍ରୀୟ ମହାସଚିବ ରାମ ମାଧବ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂ ପ୍ରମୁଖ ସାମିଲ ଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୪ ବର୍ଷ ପୂର୍ବେ ୨୭ ମଇ ୨୦୧୬ ଦିନ ପ୍ରାୟ ୧୧ଟା ୩୦ ମିନିଟରେ ଇମ୍ଫାଲର ପୂର୍ବ ଓ୍ୱାଙ୍ଗକେ ନିର୍ବାଚନ ମଣ୍ଡଳୀରୁ ମଣିପୁର ରାଜ୍ୟ କଂଗ୍ରେସ ପାର୍ଟି ବିଧାୟକ ଓକ୍ରାମ ହେନେରୀ ସିଂ ଇମ୍ଫାଲର ଲ୍ୟାମ୍ଫେଲପାଟ ଅଞ୍ଚଳରେ ଥିବା ନାର୍କୋଟିକ ଡ୍ରଗ୍ସ ଏବଂ ସାଇକୋଟ୍ରପିକ ପଦାର୍ଥ କୋର୍ଟ ସମ୍ମୁଖରେ ତାଙ୍କ ଗାଡ଼ିରୁ ଓହ୍ଲାଇଲେ ଏବଂ ସୁରକ୍ଷା ଏସକର୍ଟଙ୍କ ସହ ହେନେରୀ କୋର୍ଟରେ ପ୍ରବେଶ କଲେ । ଡ୍ରଗ କାରବାର ମାମଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓକ୍ରାମ ବିବୋବି ସିଂଙ୍କ ପୁତୁରା ହେନେରୀଙ୍କୁ କୋର୍ଟକୁ ଶୁଣାଣି ପାଇଁ ଡକାଯାଇଥିଲା । ୧୧ ଜାନୁୟାରୀ ୨୦୧୩ରେ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନର କୋଲାକାତା ୟୁନିଟ୍ ଦ୍ୱାରା ଇମ୍ଫାଲ ବିମାନ ବନ୍ଦରରେ ଏକ ବୃହତ୍ ଡ୍ରଗ୍ସ ସାମଗ୍ରୀ ଜବତ କରିବା ମାମଲାରେ ଚାର୍ଜସିଟ ହୋଇଥିବା ୫ ଜଣଙ୍କ ମଧ୍ୟରୁ ଓକ୍ରାମଙ୍କ ପୁତୁରା ହେନେରୀ ଜଣେ ।

ସୂଚନା ଅନୁସାରେ ଏକ ଏୟାର ଡେକାନ ବିମାନ ଦ୍ୱାରା ଉକ୍ତ ଜବତ ସାମାଗ୍ରୀକୁ କୋଲକାତାରୁ ଇମ୍ଫାଲ ବିମାନ ବନ୍ଦରକୁ ଅଣାଯାଇଥିଲା । ସେହି ଡ୍ରଗ୍ସ ଘଟଣା ସାମ୍ନାକୁ ଆସିବା ପରେ ତାହାର ତଦନ୍ତ କରିବା ପାଇଁ ରାଜ୍ୟ ପୋଲିସର ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ତଦନ୍ତ ମାମଲାକୁ ସେଣ୍ଟ୍ରାଲ ଏଜେନ୍ସକୁ ହସ୍ତାନ୍ତର କରାଯାଇଥିଲା । ବିଜେପି ସରକାର ଶାସନକୁ ଆସିବାର ଦୁଇ ମାସ ପରେ ହେନେରୀଙ୍କ ସମେତ ତାଙ୍କର ୫ ବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରାଗଲା । ତାହା ପରଠାରୁ ନିୟମିତ ଭାବରେ ଏହାର ଶୁଣାଣି ଚାଲିଛି ।

ଏପ୍ରିଲ ୨୦୧୭ରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନକୁ ନଜରରେ ରଖି ହେନେରୀ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ପ୍ରସଙ୍ଗକୁ ପୁଣିଥରେ ଉଠାଇଥିଲେ ବିରୋଧୀ ଦଳ । ୧୫ ବର୍ଷ ପୁରୁଣା କଂଗ୍ରେସ ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ଚେଷ୍ଟା କରୁଥିବା ବିଜେପି ସରକାର ଏହାକୁ ଏକ ସର୍ଭେ ପ୍ରସଙ୍ଗରେ ପରିଣତ କରିଥିଲା ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଇବୋବିଙ୍କ ବିରୁଦ୍ଧରେ ଏକ ପ୍ରମୁଖ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିଥିଲା ।

Latest Posts

Don't Miss