ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ଇସ୍ତଫା
![](https://nandighoshatv.com/wp-content/uploads/2025/02/vlcsnap-2025-02-09-20h12m29s878-1024x576.png)
ନନ୍ଦିଘୋଷ ବ୍ୟୁରୋ : ମଣିପୁରରେ ରାଜନୈତିକ ପରିବର୍ତ୍ତନ। ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ଇସ୍ତଫା । ରାଜ୍ଯରେ ୨ ବର୍ଷ ଧରି ଜାରି ରହିଥିବା ହିଂସାକୁ ନେଇ କାଠଗଡ଼ାରେ ଠିଆ ହୋଇଥିଲେ ବୀରେନ। ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ବୀରେନ ସିଂହ। ଜାତିଗତ ହିଂସାରେ ବର୍ତ୍ତମାନ ସୁଦ୍ଧା ଗଲାଣି ୨ ଶହରୁ ଅଧିକ ଜୀବନ। ଏହା ସହ ୬୦ ହଜାରରୁ ଅଧିକ ଲୋକ ହେଲେଣି ବିସ୍ଥାପିତ। ହିଂସା ନିୟନ୍ତ୍ରଣ କରିବାରେ ବୀରେନ ହୋଇଥିଲେ ଅସମର୍ଥ। ହିଂସା ପ୍ରସଙ୍ଗକୁ ନେଇ ବୀରେନଙ୍କ ବିରୋଧରେ ଅନାସ୍ଥା ଆଣିବା ଲାଗି କଂଗ୍ରେସ କରିଥିଲା ଘୋଷଣା।