ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୨୨ଟି ଆସନ ପାଇଁ ଭୋଟିଂ ଆରମ୍ଭ

1 min read

ଇମ୍ଫାଲ: ଆଜି ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୨୨ଟି ଆସନରେ ଭୋଟିଂ ଆରମ୍ଭ ହୋଇଛି । ରାଜ୍ୟରେ ଏଥର କିଏ ଗଢ଼ିବ ସରକାର ତାହା ଆଜିର ଭୋଟିଂ ସ୍ଥିର କରିବାକୁ ଯାଉଛି । ଉଭୟ ବିଜେପି ଓ କଂଗ୍ରେସ ଚଳିତ ଥର ସରକାର ଗଢ଼ିବେ ବୋଲି ଦାବି କରୁଛନ୍ତି । ଆଜି ଭୋଟିଂ ହେଉଥିବା ୨୨ଟି ଆସନରୁ ୧୫ଟି ଆସନ ବିଜେପି ହାତେଇବ ବୋଲି ଦାବି କରୁଛି । ଅନ୍ୟପକ୍ଷରେ କଂଗ୍ରେସ ୨୦ଟି ଆସନ ହାତେଇବ ବୋଲି ଦାବି କରୁଛି ।

ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୯୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଆଠ ଲକ୍ଷରୁ ଅଧିକ ଭୋଟର ମତାଧିକାର ସାବ୍ୟସ୍ଥ କରିବେ । ସେପଟେ ପ୍ରଥମ ପର୍ଯ୍ୟାୟ ମତଦାନରେ ୧୨ଟି ପୁଲିଂ ବୁଥରେ ହିଂସା ହୋଇଥିବାରୁ ସେଠାରେ ମଧ୍ୟ ଆଜି ନିର୍ବାଚନ ହେଉଛି । ସେପଟେ ଉତ୍ତରପ୍ରଦେଶରେ ଆଜି ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରର ଶେଷ ଦିନ । ଆସନ୍ତା ୭ରେ ସପ୍ତମ ପର୍ଯ୍ୟାୟ ମତଦାନ ହେବ । ୯ଟି ଜିଲ୍ଲାର ୫୪ଟି ଆସନରେ ମତଦାନ ହେବ । ଏହାରି ଭିତରେ ବାରଣାସୀ, ଆଜମଗଡ଼, ମିର୍ଜାପୁର, ଗାଜିପୁର ଭଳି ହାଇପ୍ରୋଫାଇଲ୍‌ ଆସନ ରହିଛି । ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର କିଛି ମନ୍ତ୍ରୀଙ୍କ ମଧ୍ୟ ଭାଗ୍ୟ ପରୀକ୍ଷା ହେଉଛି । ଆସନ୍ତା ୧୦ରେ ପାଞ୍ଚଟି ରାଜ୍ୟର ନିର୍ବାଚନ ଫଲାଫଳ ଘୋଷଣା ହେବ ।

Leave a Reply