ଭାରତୀୟଙ୍କୁ ପାଗଳ କରିଛି ସିଂହଳୀ ସଙ୍ଗୀତ ‘ମାଣିକେ ମାଗେ ହିଥେ’
1 min readନୂଆଦିଲ୍ଲୀ: ଇଣ୍ଟରନେଟ୍ ଜମାନାରେ ସଙ୍ଗୀତ ପାଇଁ ନାହିଁ ଭୌଗଳିକ ସୀମାରେଖା । ଭାଷା ଯାହା ବି ହେଉନା କାହିଁକି ? ଦିନକୁ ଦିନ ବିଦେଶୀ ଭାଷାରେ ଆସୁଥିବା ନୂଆ ସଙ୍ଗୀତ ପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି କୋଟି କୋଟି ଭାରତୀୟ । ସେ ସଙ୍ଗୀତ ଭିତରୁ ‘ମାଣିକେ ମାଗେ ହିଥେ’ ଏବେ ଭାରତୀୟଙ୍କ ହୃଦୟରେ ରାଜ୍ କରୁଛି ।
ଶ୍ରୀଲଙ୍କାର ଏହି ସଙ୍ଗୀତ ‘ମାଣିକେ ମାଗେ ହିଥେ’ ଏବେ ସୋସିଆଲ୍ ମିଡିଆରେ ଯୁବପିଢ଼ିଙ୍କୁ ବାୟା କରିଛି । ଏମିତିକି ବଲିଉଡ୍ ସେଲିବ୍ରିଟି ବିଗ୍ ବି ଅମିତାଭ ବଚ୍ଚନ ଓ ମାଧୁରୀ ଦିକ୍ଷୀତ ମଧ୍ୟ ବିଳମ୍ବିତ ରାତି ଯାଏଁ ଏହି ଗୀତ ପ୍ରେମରେ ପଡ଼ିଛନ୍ତି ।
T 3998 – क्या किया .. क्या हो गया ?? !
But truly an ode to that incredible Sri Lankan song ‘Manike Mage Hithe’ ..edited here to my KALIA song by the genius NAVYA NAVELI..BUT honestly Manike.. playing in loop whole night .. impossible to stop listening.. SUUUPPEEERRRBBB ???? pic.twitter.com/va0kEUHHVq— Amitabh Bachchan (@SrBachchan) August 15, 2021
ସିଂହଳୀ ଭାଷାରେ ପ୍ରସ୍ତୁତ ଏହି ଗୀତ ଇନଷ୍ଟାଗ୍ରାମ ରିଲ୍ସରେ ବି ସମସ୍ତଙ୍କୁ ଆକର୍ଷିତ କରିଛି । ଗୀତର ଚାହିଦା ବଢ଼ିବା ଦେଖି ଏକାଧିକ ଭାଷାରେ ଏହାର ରିମିକ୍ସ ହେଲାଣି । ଭାଇରାଲ୍ ହେଉଥିବା ଏହି ଗୀତଟିକୁ ଗାଇଛନ୍ତି ଶ୍ରୀଲଙ୍କାର ଗାୟିକା ତଥା ରାପର ୟୋହାନି । ଏହି ଗୀତଟି ମେ ମାସରେ ରିଲିଜ୍ ହୋଇଥିଲା । ଯାହାକୁ ୟୁଟ୍ୟୁବରେ ଏଯାବତ୍ ୧୦୦ ମିଲିୟନରୁ ଅଧିକ ଭ୍ୟୁ ହୋଇ ସାରିଲାଣି ।
‘ମାଣିକେ ମାଗେ ହିଥେ’ର ଲୋକପ୍ରିୟତା ପରେ ଏହାର ହିନ୍ଦୀ ଭର୍ସନ ମଧ୍ୟ ଆସିଛି । ତେବେ କିଏ ଏହି ୟୋହାନି ଡି ସିଲଭା ଆସନ୍ତୁ ଜାଣିବା… ଶ୍ରୀଲଙ୍କାର କଲୋମ୍ବରେ ରୁହନ୍ତି ୨୮ ବର୍ଷୀୟା ଡି ସିଲଭା । ୟୋହାନି ଜଣେ ଗାୟିକା ସହ ଗୀତ ଲେଖିକା, ରାପର ଓ ସଙ୍ଗୀତ ନିର୍ଦ୍ଦେଶକ । ସେ ୟୁଟ୍ୟୁବର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ।