ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ଶାହା

ଅଗରତାଲା : ତ୍ରିପୁରାରେ ଆଜିଠୁ ମାଣିକ ସରକାର । ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ଶାହା । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ପଦ, ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ ଏସଏନ ଆର୍ୟା । ମୁଖ୍ୟମନ୍ତ୍ରୀଙ୍କ ସହ ୯ବିଧାୟକ ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଛନ୍ତି ।

ଗତ ସୋମବାର ବିଜେପି ବିଧାୟକ ଦଳ ନେତା ପଦରେ ମାଣିକ ନିର୍ବାଚିତ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେପି ୩୩ଟି, ତିପ୍ରା ମୋଥା ୧୩ଟି ଆସନ ପାଇଥିବାବେଳେ ସିପିଏମ ୧୧ଟି, କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଛି ।