ମାନସ ସ୍ୱାଇଁ ହତ୍ୟା ମାମଲା: ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ଓ ସହଯୋଗୀ ଝୁନା ଗିରଫ

1 min read

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଗିରଫ ହେଲା ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ । ଭଦ୍ରକ ନଳାଙ୍ଗରୁ ଶର୍ମିଷ୍ଠା ଗିରଫ । ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ସହଯୋଗରେ ଶର୍ମିଷ୍ଠା ଗିରଫ । ଶର୍ମିଷ୍ଠାର ସହଯୋଗୀ ଝୁନା ଭୋଇ ମଧ୍ୟ ଗିରଫ ।  ଖୁବଶୀଘ୍ର କୋର୍ଟରେ ହାଜର କରାଯିବ ।

ସୂଚନା ଯୋଗ୍ୟ ଯେ, ଗତକାଲି ମାନସ ସ୍ୱାଇଁ ହତ୍ୟା ମାମଲାରେ ଦୟାଲ ଆଶ୍ରମରେ ଛାନବିନ୍ କରିଥିଲା କ୍ରାଇମବ୍ରାଞ୍ଚ । କେମତି ରଚା ଯାଇଥିଲା ମର୍ଡର ପ୍ଲଟ? କିଭଳି କରାଯାଇଥିଲା ମାନସ ସ୍ବାଇଁଙ୍କୁ ହତ୍ୟା? ସେନେଇ ଖିଅ ଖୋଜିଥିଲା ଟିମ୍ । ଭୁବନେଶ୍ୱରରେ ଯାଞ୍ଚ କରିବା ପରେ ରଣପୁର ବଧିପାଟଣାରେ ବି ଯାଞ୍ଚ କରାଯିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଫୋକସରେ ଆଶ୍ରମର ଲେଡି କେୟାର ଟେକର, ଦିଲ୍ଲୀପ ଖଟେଇ, ସ୍କାଏ ଟାଓ୍ବାର ସିକ୍ୟୁରିଟି ଗାର୍ଡ ଓ ମାନସର ନାବାଳକ ସହଯୋଗୀ । ଆଶ୍ରମର ଲେଡି କେୟାର ଟେକର କ୍ରାଇମବ୍ରାଞ୍ଚ ପାଇଁ ବଡ଼ ସାକ୍ଷୀ ।

ସେପଟେ ୬ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଜେରା କରିବ ଟିମ । ପ୍ରାଇମ ଫୋକସରେ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକ । ମାନସଙ୍କୁ ଅପହରଣଠାରୁ ହତ୍ୟା ଓ ପ୍ରମାଣ ନଷ୍ଟ ପର୍ଯ୍ୟନ୍ତ ନିରଞ୍ଜନ ପ୍ରତି ସମୟରେ ମୁଣ୍ଡ ଖେଳାଉଥିବା ସିଡିଆର ରିପୋର୍ଟରୁ ଜଣାପଡ଼ିଛି । ଚିପ୍‌ରେ କଣ ରହିଛି? ସର୍ଟ ଫିଲ୍ମ ଓ ପୁରୀ ସି-ବିଚ ସୁଟିଂର ସତ କଣ? ସେକଥା ନିରଞ୍ଜନ ହିଁ ଜାଣିଛନ୍ତି । ଏସବୁ ସତ ଖୋଜିବାକୁ ନିରଞ୍ଜନଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣି ଜେରା କରିପାରେ କ୍ରାଇମବ୍ରାଞ୍ଚ ।  ତେବେ ଗତକାଲି ଦୟାଲ ଆଶ୍ରମକୁ ସିଲ୍ କରିସାରିଛି କ୍ରାଇମବ୍ରାଞ୍ଚ ।

ଏଥିସହିତ ପଢ଼ନ୍ତୁ: ଢେଙ୍କାନାଳରେ ଦାରୁ ସଂଗ୍ରହକୁ ବିରୋଧ: ଗିରଫ ଦାବି କଲା ଦଇତାପତି ନିଯୋଗ