ଦୟାଲ ଆଶ୍ରମ ରେଜିଷ୍ଟରରୁ ମିଳିଲା ନୂଆ ତଥ୍ୟ, ମାନସଙ୍କ ଚିଠିକୁ ନେଇ ବଢ଼ୁଛି ସସପେନ୍ସ

Manas Swain Murder Case, Register Found In Dayal Ashram

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ମୃତ୍ୟୁ ମାମଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଫେରାର୍ ଥିବାବେଳେ ଗୁମର ଖୋଲିବାରେ ଲାଗିଛି । ଶର୍ମିଷ୍ଠାଙ୍କ ‘ସମ୍ପୂର୍ଣ୍ଣ’ କାର୍ଯ୍ୟାଳୟ ଥିବା ଦୟାଲ ଆଶ୍ରମକୁ ପ୍ରତି ଶନିବାର ଓ ରବିବାର ଆସୁଥିଲେ ନିରଞ୍ଜନ ସେଠୀ । ଆଶ୍ରମରେ ପହଞ୍ଚିବା ପରେ ମଗାଉଥିଲେ ମଦ । ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଆଶ୍ରମ ସହ ଜଡ଼ିତ ଆଉ ଜଣେ ସ୍ଥାନୀୟ ବ୍ୟକ୍ତି । ଆଜି ଆଶ୍ରମରୁ ମିଳିଥିବା ରେଜିଷ୍ଟରରେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କ ସହ ଦିଲ୍ଲୀପ ଖଟେଇଙ୍କ ନାଁ ରହିଛି ।

Manas Swain Murder Case, Register Found In Dayal Ashram

ଦିଲ୍ଲୀପ ଜଣେ ଅସହାୟ ବୃଦ୍ଧ ବ୍ୟକ୍ତିଙ୍କୁ ଦୟାଲ ଆଶ୍ରମରେ ରଖିଥିଲେ । କିନ୍ତୁ ଆଶ୍ରମରେ ଭଲ ଖାଦ୍ୟ ମିଳୁ ନଥିବାରୁ ଦିଲ୍ଲୀପ ଉକ୍ତ ବୃଦ୍ଧ ବ୍ୟକ୍ତିକୁ ନେଇଯିବାକୁ ଚାହିଁଥିଲେ । କିନ୍ତୁ ଶର୍ମିଷ୍ଠା ଏ ବାବଦରେ ୫୦ ହଜାର ଟଙ୍କା ମାଗିଥିବା ଦିଲ୍ଲୀପ କହିଛନ୍ତି । ନିରଞ୍ଜନ ସେଠୀ ପ୍ରତି ସପ୍ତାହରେ ଆଶ୍ରମକୁ ଆସୁଥିବା ବେଳେ ମାନସକୁ ଗତ ଜାନୁଆରୀ ୨୬ ତାରିଖରେ ଚିହ୍ନିଥିଲେ ଦିଲ୍ଲୀପ । ଏନେଇ କ୍ରାଇମବ୍ରାଞ୍ଚ ମଧ୍ୟ ଦିଲ୍ଲୀପଙ୍କୁ ପଚରାଉଚରା କରିଛି ।

Manas Swain Murder Case, Register Found In Dayal Ashram

ଅନ୍ୟପଟେ ହତ୍ୟା ପୂର୍ବରୁ ମାନସ ଲେଖିଥିଲେ ୩ ପୃଷ୍ଠାର ଚିଠି । ଏଥିରେ ନିର୍ଯାତନାର କୋହଭରା କାହାଣୀ ଲେଖିଥିଲେ । ଏନେଇ ବୃଦ୍ଧାଶ୍ରମର ଲେଡି କେୟାର ଟେକର ବିସ୍ଫୋରକ ବୟାନ ଦେଇଛନ୍ତି । ହତ୍ୟା ପୂର୍ବରୁ ୩ ପୃଷ୍ଠାର ଚିଠି ଲେଖିଥିଲେ ମାନସ । ବନ୍ଦ ଘରେ କିଭଳି ହତ୍ୟାକାରୀ ନିର୍ଯ୍ୟାତନା ଦେଉଥିଲେ ସେନେଇ ଚିଠିରେ ଲେଖିଥିଲେ ମାନସ । ପାପୀଙ୍କ ହାତରେ ମୃତଦେହ ନଦେଇ ପରିବାର ଲୋକଙ୍କୁ ଦେବାକୁ ଲେଖିଥିଲେ । ମାନସଙ୍କ ହାତରୁ ଚିଠି ଛଡାଇ ନେଇଥିଲେ ଶର୍ମିଷ୍ଠା । ତେବେ ମାନସଙ୍କୁ ହତ୍ୟା ପୂର୍ବର ଲେଖା ପାଇଥିଲେ ଦୟାଲ ଆଶ୍ରମର କେୟାର ଟେକର । ଝାଡୁ କଲା ବେଳେ ଚିଠି ପାଇ ଶର୍ମିଷ୍ଠାଙ୍କୁ ଦେଇଥିଲେ ।