ମାନସ ସ୍ୱାଇଁ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚକୁ ୩ଦିନିଆ ରିମାଣ୍ଡ ଅନୁମତି ଦେଲେ କୋର୍ଟ

ବାଲେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । କ୍ରାଇମବ୍ରାଞ୍ଚକୁ ୩ଦିନିଆ ରିମାଣ୍ଡ ଅନୁମତି ଦେଲେ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟ । ୫ଦିନିଆ ରିମାଣ୍ଡ ନେଇ ଆବେଦନ କରାଯାଇଥିବା ବେଳେ ୩ଦିନିଆ ରିମାଣ୍ଡ ନେଇ ଅନୁମତି ଦେଇଛନ୍ତି କୋର୍ଟ ।

ଆଜି ଚାନ୍ଦବାଲି କୋର୍ଟରେ ଶର୍ମିଷ୍ଠା, ନିରଞ୍ଜନ, ରଞ୍ଜନ ଓ ଝୁନାକୁ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ପୁଣି ଦ୍ୱିତୀୟ ପର୍ଯାୟରେ ୫ ଦିନ ପାଇଁ ରିମାଣ୍ଡ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ପୂର୍ବରୁ ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିଥିବା ବେଳେ ଅନେକ ତଥ୍ୟ ଏବେବି ରହସ୍ୟ ଘେରରେ ରହିଛି । ତେଣୁ ଅଧିକ ତଥ୍ୟ ହାସଲ ପାଇଁ ପୁଣି ରିମାଣ୍ଡରେ ନେବକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ରିମାଣ୍ଡ ସମୟରେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା କ୍ରାଇମ୍ ସ୍ପଟକୁ ଯାଇ ଡେମୋ ଦେଖାଇଛି ।

କେମିତି ମାନସକୁ ଅପହରଣ କରିଥିଲା, କାହିଁକି ହତ୍ୟା କରିଥିଲା ସେସବୁର ସତ କ୍ରାଇମବ୍ରାଞ୍ଚ ଆଗରେ କହିଛି ଶର୍ମିଷ୍ଠା । ଗତକାଲି ରିମାଣ୍ଡର ଶେଷ ଦିନରେ ‘ସମ୍ପୂର୍ଣ୍ଣ’ ଅଫିସରେ ନିରଞ୍ଜନ ଓ ଶର୍ମିଷ୍ଠାକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିଥିଲା କ୍ରାଇମବ୍ରାଞ୍ଚ । ମର୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତର ସ୍କାଏ ଟାଓ୍ବାରରେ ଥିବା ଫ୍ଲାଟରେ ସିନ୍ ରିକ୍ରିଏସନ୍ କରିଥିଲା ଟିମ୍ । ଫ୍ଲାଟରେ ଶର୍ମିଷ୍ଠାର ମୋବାଇଲକୁ ଜବତ କରିଛି କ୍ରାଇବ୍ରାଞ୍ଚ ।

ତେବେ ଶର୍ମିଷ୍ଠା ଓ ସହଯୋଗୀ ଝୁନାଙ୍କୁ ୩ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦିଆଯାଇଥିବା ବେଳେ ରଞ୍ଜନ ଓ ନିରଞ୍ଜନ ବିଚାର ବିଭାଗୀୟ ହାଜତରେ ରହିବେ ।

ଏଥିସହିତ ପଢ଼ନ୍ତୁ: ତାତିରୁ ମିଳିବ ତ୍ରାହି, ୬ରେ ସୃଷ୍ଟି ହୋଇପାରେ ଲଘୁଚାପ