କୋର୍ଟରେ ହାଜର ହେଲା ଶର୍ମିଷ୍ଠା

ଭଦ୍ରକ:  ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ତଥା ଲେଡି କିଲର୍ ଶର୍ମିଷ୍ଠା ରାଉତ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର । ଭିଡିଓ କନଫରେନ୍ସ ଜରିଆରେ କୋର୍ଟରେ ହାଜର ହୋଇଛି ଶର୍ମିଷ୍ଠା । ସେହିପରି ଝୁନା ଭୋଇ, ନିରଞ୍ଜନ ସେଠୀ, ରଞ୍ଜନ ନାୟକ, ଭାଗ୍ୟଧର ନାୟକ, ବିଦ୍ୟାଧର ନାୟକ, କୃଷ୍ଣଚନ୍ଦ୍ର ନାୟକ ମଧ୍ୟ କୋର୍ଟରେ ହାଜର ହୋଇଛନ୍ତି । ଆସନ୍ତା ୨୨ ତାରିଖରେ ପୁଣି ଥରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ଅପିଲ କରାଯାଇନାହିଁ ।

ସୂଚନାଯୋଗ୍ୟ, ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରାଯିବା ପରେ ଭୁବନେଶ୍ବର ଅଣା ଯାଇଥିଲା । ସେଠାରେ ଅକଥନୀୟ ନିର୍ଯାତନା ଦିଆଯିବା ପରେ ହତ୍ୟା କରାଯାଇଥିଲା । ପରେ ନୟାଗଡ଼ ନେଇ ପୋତି ପ୍ରମାଣ ନଷ୍ଟ କରିବାକୁ ଯୋଜନା କରାଯାଇଥିଲା ।