ମାନସ ମଙ୍ଗରାଜଙ୍କୁ ସମ୍ବର୍ଦ୍ଧିତ କଲା ସମ୍ବଲପୁର ହକର ସଂଘ

ସମ୍ବଲପୁର: ସକାଳ ଓ ନନ୍ଦିଘୋଷ ଟିଭିର ‘ଦହନା’ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ସମ୍ବଲପୁର ହକର ସଂଘ । ଦେଶରେ ପ୍ରଥମ ଥର ପାଇଁ ରାଜ୍ୟ ସରକାର ହକରଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି । ଅଣସଂରକ୍ଷିତ ଶ୍ରମିକ ଭାବେ ପଞ୍ଜିକୃତ ସବୁ ହକରଙ୍କୁ ରାଜ୍ୟ ସରକାର ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥିସହିତ ଦୁର୍ଘଟଣାରେ ମୃତ୍ୟୁବରଣ କଲେ କିମ୍ବା ଅକର୍ମଣ୍ୟ ହୋଇଗଲେ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ । ସାମାଜିକ ସ୍ବୀକୃତି ପାଇଁ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ହକରଙ୍କୁ ହକ ଦେବାରେ ସାରଥୀ ସାଜିଥିଲେ ସରକରାଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ହକକ ଓ ସରକାରଙ୍କ ମଧ୍ୟରେ ସେତୁ ସାଜି ସେମାନଙ୍କର ଦୀର୍ଘ ଦିନର ଦାବି ପୂରଣ କିରଛନ୍ତି ମଙ୍ଗରାଜ । ଏଥିପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ସମ୍ବଲପୁର ହକର ସଂଘ  ।

ଆଜି ସମ୍ବଲପୁରରେ ଆୟୋଜିତ ‘ଦହନା’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମାନସ ମଙ୍ଗରାଜ । ଏହି ଅବସରରେ ସମ୍ବଲପୁର ହକର ସଂଘ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।