ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ ମାନସ ମଙ୍ଗରାଜ ଓ ସୁଲତା ଦେଓ

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ । ଦିନ ୧୧ଟା ସମୟରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି । ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାତା ଭାବେ କାର୍ଯ୍ୟ କରୁଥିଲେ । ପରେ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ଭାବେ ତାଙ୍କୁ ମନୋନୀତ ହୋଇଥିଲେ । ବିରୋଧୀ କୌଣସି ପ୍ରାର୍ଥୀ ଦେଇନଥିବାରୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଆଜି ସେ ଶପଥ ନେବେ । ସସ୍ମିତ ପାତ୍ର ରାଜ୍ୟସଭା ସାଂସଦ ଭାବେ ରିପିଟ ହୋଇଥିବା ବେଳେ  ମାନସ ମଙ୍ଗରାଜ ଏବଂ ସୁଲତା ଦେଓ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ଯାଇଛନ୍ତି ।

ଏହା ପୂର୍ବରୁ ସିଏମସି ମେୟର ନିର୍ବାଚନ ପାଇଁ ରାଜ୍ୟସଭାରୁ ଇସ୍ତଫା ଦେଇଥିବା ସୁବାସ ସିଂଙ୍କ ସ୍ଥାନରେ ନିର୍ବାଚିତ ହୋଇଥିବା ନିରଞ୍ଜନ ବିଶି ଶପଥ ଗ୍ରହଣ କରିସାରିଛନ୍ତି ।