spot_img

Latest Posts

ଧର୍ମେନ୍ଦ୍ରଙ୍କୁ ମାନସଙ୍କ ପ୍ରଶ୍ନ; କାମିଆ ଜାନୀଙ୍କୁ ନେଇ ଆପଣଙ୍କ ସମସ୍ୟା କ’ଣ?

ଭୁବନେଶ୍ୱର: ୟୁଟ୍ୟୁବର କାମିଆ ଜାନୀଙ୍କ ଶ୍ରୀମନ୍ଦିର ପ୍ରବେଶକୁ ନେଇ ରାଜ୍ୟ ବିଜେପି ଅପପ୍ରଚାର କରିବାରେ ଲାଗିଛି। ଆଜି ଏହି ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କିଛି ପ୍ରଶ୍ନର ଉତ୍ତର ମାଗିଛନ୍ତି । ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀର ପ୍ରଚାର ପ୍ରସାର ପାଇଁ ବିଜେପି ସରକାର ହିଁ କାମିଆ ଜାନୀଙ୍କୁ ନିଯୁକ୍ତି ଦେଇଥିଲେ। ହିନ୍ଦୁ ଐତିହ୍ୟ ଓ ମନ୍ଦିର ଉପରେ କ୍ଷୁଦ୍ର ଚଳଚ୍ଚିତ୍ର କରୁଛନ୍ତି କାମିଆ। ପୂର୍ବରୁ ସେ ଚାରିଧାମ ସହ ଅଯୋଧ୍ୟାସ୍ଥିତ ରାମଲାଲାଙ୍କ ଦର୍ଶନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏପରିକି ବିଜେପିର ଆହୁରି ଅନେକ ବରିଷ୍ଠ ନେତାମାନେ ସୋସିଆଲ୍ ମିଡିଆରେ କାମିଆଙ୍କ ଅଭିଯାନ ସଂପର୍କିତ କଥାକୁ ପୋଷ୍ଟ କରିଛନ୍ତି। ତେବେ ବର୍ତ୍ତମାନ କାହିଁକି ଏହି ଅଯଥା ପ୍ରସଙ୍ଗକୁ ନେଇ ବିବାଦ କରାଯାଉଛି ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ମାନସ। ଶ୍ରୀମନ୍ଦିର ଚତୁପାର୍ଶ୍ବର ବ୍ୟାପକ ରୂପାନ୍ତରଣର ଚାଲିଛି। ଏହାକୁ ସହିନପାରି ରାଜ୍ୟ ବିଜେପିର ନେତା ଅସହିଷ୍ଣୁ ମନୋଭାବ ପୋଷଣ କରୁ ନାହାଁନ୍ତି ତ। ମିଛ ଖବର ତିଆରି କରି ଲୋକଙ୍କ ବୁଦ୍ଧିମତାକୁ କାହିଁକି ଅପମାନିତ କରିବାକୁ ପ୍ରୟାସ କରାଯାଉଛି । ବାରମ୍ବାର ମିଛ ତଥ୍ୟ ଦେଇ କାହିଁକି ଓଡ଼ିଶାବାସୀଙ୍କ ମୁଣ୍ଡ ନୁଆଁଇ ଦେବାକୁ ଅପଚେଷ୍ଟା କରୁଛନ୍ତି।

ଆଶ୍ଚର୍ଯ୍ୟର କଥା ହେଲା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ନିଜ ଟୁଇଟର ଆକାଉଣ୍ଟରେ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀର ବିକାଶକୁ ନେଇ କାମିଆ ଜାନୀ କରିଥିବା ପୋଷ୍ଟକୁ ସେୟାର କରିଥିଲେ । ଏବେ ସେ କେମିତି ଏଭଳି ଅପପ୍ରଚାର କରୁଛନ୍ତି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ସାଂସଦ ମଙ୍ଗରାଜ ଏଭଳି କିଛି ପ୍ରଶ୍ନ ଧର୍ମେନ୍ଦ୍ରଙ୍କୁ ପଚାରିବା ସହ ବରିଷ୍ଠ ବିଜେପି ନେତାଙ୍କ ପୋଷ୍ଟର ସ୍କ୍ରିନ୍ ସଟ୍ ମଧ୍ୟ ଆଟାଚ୍ କରି ପୁରୁଣା କଥାକୁ ମନେ ପକାଇ ଦେଇଛନ୍ତି।

Latest Posts

Don't Miss