ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାରେ ସ୍କୁଲ ଡ୍ରପ ଆଉଟ ସଂଖ୍ଯାରେ ପଡ଼ିନି ପୂର୍ଣ୍ଣଚ୍ଛେଦ। ଆସ ସ୍କୁଲ ଯିବା କାର୍ଯ୍ଯକ୍ରମ ଜରିଆରେ ପିଲାଙ୍କ ଡ୍ରପ ଆଉଟ ହାର କମାଇବାକୁ ଆବାସିକ ବିଦ୍ଯାଳୟ ଠାରୁ ଆରମ୍ଭ କରି ଖାଦ୍ଯ ବ୍ଯବସ୍ଥା ସବୁ କିଛି ସରକାରୀ ସ୍ତରରେ କରାଯାଇଛି। ତଥାପି ଆଜିର ତାରିଖରେ ଓଡ଼ିଶାରେ ସ୍କୁଲ ଡ୍ରପ ଆଉଟ ପିଲାଙ୍କ ସଂଖ୍ଯା ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ଯମିକ ଶିକ୍ଷାରେ ମୋଟ ୫୪ ଲକ୍ଷ ୫୮ ହଜାର। ଆଜି ରାଜ୍ଯସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ। ମନ୍ତ୍ରୀ କହିଛନ୍ତି ଗତ ୩ ବର୍ଷରେ ପିଲା ଓ ଅଭିଭାବକଙ୍କ ଭିତରେ ସଚେତନତା ବୃଦ୍ଧି ପାଇଛି। ତଥାପି ଗଜପତି ଜିଲ୍ଲାରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ଯମିକ ଶ୍ରେଶୀରେ ସ୍କୁଲ ପିଲାଙ୍କ ଡ୍ରପ ଆଉଟ ସଂଖ୍ଯା ସର୍ବାଧିକ। ସେହିପରି ଉପାନ୍ତ ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ସ୍କୁଲ ଡ୍ରପ ଆଉଟ ସଂଖ୍ଯ ମଧ୍ଯ ଅଧିକ ରହିଛି। କେନ୍ଦ୍ର ସରକାରଙ୍କ ତଥ୍ଯ କହୁଛି ୨୦୨୨-୨୩ରେ ରାଜ୍ଯରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ଯମିକ ଶିକ୍ଷାରେ ମୋଟ ୨୦ ଲକ୍ଷ ୮୭ ହଜାର ପିଲା ସ୍କୁଲ ପାଠପଢ଼ା ଛାଡ଼ିଥିବାବେଳେ ୨୦୨୩-୨୪ରେ ଛାଡ଼ିଛନ୍ତି ୧୪ ଲକ୍ଷ ୮୦ ହଜାର ପିଲା। ସେହିପରି ୨୦୨୪-୨୫ରେ ପାଠ ଛାଡ଼ିଥିବା ପିଲାଙ୍କ ସଂଖ୍ଯା ହେଉଛି ୧୮ ଲ୍କ୍ଷ ୯୬ ହଜାର।

