ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ବ, ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ ଭାବେ ନିର୍ବାଚିତ
1 min readନୂଆଦିଲ୍ଲୀ: ରାଜ୍ୟ ପାଇଁ ଆଉ ଏକ ଗୌରବ । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ମିଳିଲା ନୂଆ ଦାୟିତ୍ୱ । ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ ବା MPEDAର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ସାଂସଦ ମାନସ ମଙ୍ଗରାଜ । ବୁଧବାର ସାଂସଦ ମାନସ ମଙ୍ଗରାଜ ଏହାର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ରାଜ୍ୟସଭା କମିଟି କୋଅର୍ଡିନେସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂତନ ସାଂସଦ ଭାବେ ସଫଳତା ମିଳିଥିବାରୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସାଂସଦ ମାନସ ମଙ୍ଗରାଜ । ସାଂସଦ ଭାବେ ନିର୍ବାଚିତ ହେବା ପରେ ଚଳିତ ଅଧିବେଶନରୁ ସେ ସାଂସଦ ଭାବ ଯୋଗ ଦେଇଛନ୍ତି । ଜଣେ ନୂତନ ସାଂସଦ ହୋଇଥିଲ ମଧ୍ୟ ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ ଭାବେ ନିର୍ବଚିତ ହେବା ରାଜ୍ୟକୁ ଗୌରବନ୍ୱିତ କରିଛି ।
Pleased to share that I have been elected as a Member of the Marine Products Export Development Authority (MPEDA).
Looking forward to my valuable contribution to the promotion of marine products industry.
I owe my success to Hon’ble CM @Naveen_Odisha . Thank you Sir. pic.twitter.com/f9V9zTZkpZ
— Manas Mangaraj (@manasrmangaraj) July 28, 2022