ଗିରଫ ପରେ ଜେଲରେ ରାତି କାଟିଲେ ବାପ-ପୁଅ

1 min read
Manas Das And His Son's First Night In Khordha Jail

ଖୋର୍ଦ୍ଧା: ଖୋର୍ଦ୍ଧା ଜେଲ୍‌ରେ କଟିଲା ବାପ-ପୁଅଙ୍କ ପ୍ରଥମ ରାତି । ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ ଗିରଫ ପରେ ଜେଲରେ ରାତି କାଟିଛନ୍ତି । କୋଭିଡ ଗାଇଡଲାଇନ୍ ଅନୁଯାୟୀ ବାପାପୁଅଙ୍କୁ ୧୪ ଦିନ ଲାଗି ଦୁଇ ନମ୍ବର ଆଇସୋଲେସନ୍ ୱାର୍ଡରେ ରଖାଯାଇଛି । ଜେଲର ଖାଦ୍ୟ ଖାଇଛନ୍ତି ବାପାପୁଅ । ଗତକାଲି ଖୋର୍ଦ୍ଧା ଏସଡିଜେମ କୋର୍ଟରେ ବେଗୁନିଆ ପୋଲିସ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପରେ ବିଚାରପତି ଜାମିନ ନାମଞ୍ଜୁର କରିଥିଲେ । ଏହାପରେ ଉଭୟଙ୍କୁ ଖୋର୍ଦ୍ଧା ଜେଲ ପଠାଇ ଦିଆଯାଇଛି । ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରୁ ମାନସଙ୍କୁ ଗିରଫ କରିଥିଲା ପୋଲିସ । ପୂର୍ବରୁ ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ମାନସଙ୍କୁ ଗିରଫ କରାଯାଇଛି ।

Manas Das And His Son's First Night In Khordha Jail

ମାନସଙ୍କ ବିରୋଧରେ ୩୬୩, ୩୬୪, ୩୦୨, ୨୦୧, ୧୦୨(ବି), ୧୦୯, ୩୪ ଆଇପିସି ଧାରା ଲାଗିଛି । ମାନସଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ବେଗୁନିଆ ଥାନାରେ ଥିବା ୨ ମାମଲାରେ ଗିରଫ କରାଯାଇଛି । ମନୋରଞ୍ଜନଙ୍କ ବିରୋଧରେ ୩୬୩, ୩୦୭, ୩୨୩, ୧୦୯, ୧୨୦(ବି), ୩୪ ଆଇପିସି ଧାରା ଲାଗିଛି । ଅଗଷ୍ଟ ୨ରେ ସତ୍ୟବ୍ରତଙ୍କୁ ହତ୍ୟା ନେଇ ଅଭିଯୋଗ କରିଥିଲେ ଅଭିମାନପୁର ଗାଁର ବାପ-ପୁଅ । ଏହି ହତ୍ୟା ମାମଲାରେ ମାନସଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ନଥିଲେ ବି ପରୋକ୍ଷରେ ହତ୍ୟା ଧମକ ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗ ହୋଇଛି । ପୂର୍ବରୁ ମାନସ ଏକାଧିକ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ନେଇ ପ୍ରମାଣ ରହିଛି । ୨୦୧୯ରେ ଖୋର୍ଦ୍ଧା ସଦର ଥାନା ଝିଙ୍କିଝାରି ଗାଁର ଜଣେ ଯୁବକଙ୍କୁ ମାନସ ଦାସ ଧମକ ଦେଉଥିବା ନେଇ ମାମଲା ରୁଜୁ ହୋଇଥିଲା । ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ମାନସ ଗିରଫ ହୋଇଥିବା ବେଳେ, ନିର୍ଯାତନା ମାମଲାରେ ପୁଅ ମନୋରଞ୍ଜନଙ୍କୁ ଗିରଫ କରିଛି ପୋଲିସ ।

Manas Das And His Son's First Night In Khordha Jail

ହତ୍ୟା ମାମଲାରେ ପୂର୍ବରୁ ଅଗଷ୍ଟ ୪ରେ ୬ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ଚାଲିଛି । ମାନସଙ୍କ ବିରୋଧରେ ଅନ୍ୟ ଯେକେହି ମଧ୍ୟ ଏତଲା ଦେଇପାରିବେ । ଏଥିସହ ସବୁ ଅଭିଯୋଗର ନିରପେକ୍ଷ ତଦନ୍ତର ଆଶ୍ୱାସନା ଦେଇଛି ପୋଲିସ । ବାପପୁଅଙ୍କୁ ପିଟିବା ଭିଡିଓ ଭାଇରାଲ ପରେ ବିବାଦରେ ଥିଲେ ମାନସ । ବେଗୁନିଆ ଅଞ୍ଚଳରେ ଆତଙ୍କରାଜ ଚଳାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ମାଡ଼ମରା ଘଟଣା ପରେ ପୋଲିସ ମାନସ ଦାସଙ୍କ ବିରୋଧରେ ତଦନ୍ତ ଚଳାଇଥିଲା ।

Leave a Reply