ଡକ୍ଟର ମନମୋହନ ସିଂହ ଗୁରୁତର, ମେଡିକାଲରେ ଭର୍ତ୍ତି
ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମେଡିକାଲରେ ଭର୍ତ୍ତି । ଗୁରୁତର ଅବସ୍ଥାରେ ଏବେ ଏମ୍ସରେ ଭର୍ତ୍ତି ହୋଇଥିବାବେଳେ ଏବେ ଚିକିତ୍ସା ଚାଲିଛି । ଘନିଷ୍ଠ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ବରିଷ୍ଠ ଡାକ୍ତରମାନଙ୍କ ଏକ ଦଳ ତାଙ୍କର ଚିକିତ୍ସା କରୁଛନ୍ତି ।