ରାଜ୍ଯରେ ବନ୍ଦ ହେବ BSKY ଯୋଜନା : ମନମୋହନ ସାମଲ

1 min read

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ ବନ୍ଦ ହେବ ବିଏସକେୱାଇ । ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଏହା କହିଛନ୍ତି ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି, BSKYରେ ଭଲ ସୁବିଧା ମିଳୁନଥିଲା । ଆୟୁଷ୍ମାନ ଯୋଜନା ଲାଗୁ ହେଲେ ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ମିଳିବ । ଏହାସହ ନିର୍ବାଚନ ପୂର୍ବରୁ ବିଜେପି ଯାହା ପ୍ରତିଶୃତି ଦେଇଥିଲା ତାହା ସବୁ କାର୍ଯ୍ୟକାରୀ କରାଯିବ । ଲୋକେ ନିର୍ବାଚନ ଲଢୁଥିଲେ । ରାଜ୍ୟରେ ଲୋକଙ୍କ ସରକାର ହେବ। ୬ ତାରିଖ ଦିନ ନେତା ଚୟନ ପାଇଁ ଯେଉଁ ଦିନ ଧାର୍ଯ୍ୟ ହୋଇଥିଲା, ତାହା ଟିକେ ବିଳମ୍ବ ହେଇପାରେ। ସଂସଦୀୟ ବୋର୍ଡ ଯାହା ନିଷ୍ପତ୍ତି ନେବେ, ତାହା ଫାଇନାଲ ହେବ । ୧୦ ତାରିଖରେ ଜଣେ ଓଡ଼ିଆ ପୁଅ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ମନମୋହନ କହିଛନ୍ତି । ଚାନ୍ଦବାଲି ଜନତା ଯାହା ଆଶୀର୍ବାଦ ଦେଲେ, ତାହା ସାଦରେ ଗ୍ରହଣ କରୁଛି । ଯେଉଁ ଦାୟିତ୍ୱ ମିଳିବ, ତାହା ତୁଲାଇବେ ବୋଲି କହିଛନ୍ତି ମନମୋହନ ।