spot_img

Latest Posts

ମେଣ୍ଟ ନେଇ ଦେଇଥିବା ନିଷ୍ପତ୍ତି ବଦଳାଇଲେ ମନମୋହନ

ଭୁବନେଶ୍ବର: ମେଣ୍ଟକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ୟୁଟର୍ଣ୍ଣ। ରାଷ୍ଟ୍ରୀୟ ଦଳର ରାଜ୍ୟ ସଭାପତିଙ୍କ ମନ୍ତବ୍ୟରେ ନାହିଁ ତାଳମେଳ। ମେଣ୍ଟ ନେଇ ଦେଇଥିବା ନିଷ୍ପତ୍ତି ବଦଳାଇଲେ ମନମୋହନ। ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ବୋଲି କହିଥିଲେ ମନମୋହନ। ଏବେ ପୁଣି କହୁଛନ୍ତି, ରାଷ୍ଟ୍ରୀୟ ସଭାପତି ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ସୋସିଆଲ୍ ମିଡିଆ ଏକ୍ସରୁ କାହିଁକି ୨ ଘଣ୍ଟା ପରେ ପୋଷ୍ଟ ଡିଲିଟ୍ କଲେ ମନମୋହନ ସାମଲ୍। ମନମୋହନ ନିଜେ ନିଜ ବକ୍ତବ୍ୟ ବଦଳାଉଛନ୍ତି। କହିଲେ, ଶୀର୍ଷ ନେତୃତ୍ବ ଯାହା ନିଷ୍ପତ୍ତି ନେବ ମାନିବୁ । ମେଣ୍ଟ ଶବ୍ଦ ନେଇନଥିବା କହିଲେ ମନମୋହନ । ଅର୍ଥକୁ ଅନର୍ଥ ନକରିବାକୁ ସେ ମିଡିଆକୁ ଅନୁରୋଧ କରିଛନ୍ତି । ଅନ୍ଯପଟେ ପାର୍ଟି ଅଫିସରେ ମିଠା ପାର୍ଟି କାହିଁକି ହୋଇଥିଲା ତାହା ସୃଷ୍ଟି କରିଛି ଦ୍ବନ୍ଦ୍ବ । ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ବୋଲି କହିଥିଲେ ମନମୋହନ। ଏବେ ପୁଣି କହୁଛନ୍ତି, ରାଷ୍ଟ୍ରୀୟ ସଭାପତି ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ବିନା କେନ୍ଦ୍ରୀୟ ନେତୃତ୍ବ ଓ ସଂସଦୀୟ ବୋର୍ଡଙ୍କ ଅନୁମତିରେ ମନମୋହନ ଦେଇଥିଲେ କି ବୟାନ୍। ବାରମ୍ବାର ଗଣମାଧ୍ୟମକୁ ଆସି କାହିଁକି ବୟାନ ଦେବାକୁ ଆଗଭର ହେଉଛନ୍ତି ମନମୋହନ ? ସ୍ଥିର ନିଶ୍ଚିତ ନହୋଇ ରାଜ୍ଯ ସଭାପତି ବିବୃତି ଦଳୀୟ କର୍ମୀଙ୍କୁ ନିରାଶ କରୁନାହିଁ କି ? ଜଣେ ରାଜ୍ୟ ସଭାପତି ହୋଇ ସ୍ପର୍ଶକାତର ପ୍ରସଙ୍ଗରେ ହାଲୁବା ବୟାନ୍ ଦେବାକୁ ନେଇ ଉଠିଛି ପ୍ରଶ୍ନ। ବିଜେପି ରାଜ୍ୟ ସଭାପତି ଯାହା କହୁଛନ୍ତି ତାହାକୁ ନେଇ କର୍ମୀଙ୍କ ମଧ୍ୟରେ ବଢୁଛି ଦ୍ବନ୍ଦ୍ବ। ଇତି ମଧ୍ୟରେ ୩ ଥର ଦିଲ୍ଲୀ ଗଲେଣି ମନମୋହନ ସାମଲ। ହେଲେ ସବୁଥର ଗଣମାଧ୍ୟମକୁ ଭେଟିବା ସହ ନୂଆ ନୂଆ ବୟାନ୍ ଦେଉଛନ୍ତି ମନମୋହନ।

Latest Posts

Don't Miss